ନୂଆଦିଲ୍ଲୀ, ଉପରାଷ୍ଟ୍ରପତି ଜଗଦୀପ ଧନଖଡ ମଙ୍ଗଳବାର କହିଛନ୍ତି ଯେ, ହର୍ ଘର ତିରଙ୍ଗା ଅଭିଯାନ ସ୍ୱାଧୀନତା, ଗୌରବ ଓ ବିକଶିତ ଭାରତ ପ୍ରତି ଦେଶର ପ୍ରତିବଦ୍ଧତାକୁ ଦର୍ଶାଇଥାଏ । ସେ କହିଛନ୍ତି ଯେ, ଏହା ସଙ୍କେତ ଦେଇଥାଏ ଯେ, ଏହି ଶତାବ୍ଦୀ ଭାରତର ଶତାବ୍ଦୀ ଅଟେ । ଉପରାଷ୍ଟ୍ରପତି ଧନଖଡ ଭାରତ ମଣ୍ଡପମରୁ ତିରଙ୍ଗା ବାଇକ ରାଲିକୁ ପତାକା ଦେଖାଇବା ପୂର୍ବରୁ ଏଠାରେ ଏକ କାର୍ଯ୍ୟକ୍ରମରେ ନିଜ ସଂବୋଧନରେ ଏହା କହିଥିଲେ । ସେ କହିଛନ୍ତି ଯେ, ହର ଘର ତିରଙ୍ଗା ଅଭିଯାନ ସ୍ୱାଧୀନତାର ଅମୃତ ମହୋତ୍ସବର ଅଂଶ ଅଟେ । 2021ରୁ ଆରମ୍ଭ କରାଯାଇଥିବା ଏହି ଅଭିଯାନ ଏବେ ଜନ ଆନ୍ଦୋଳନ ପାଲଟିଯାଇଛି । ସେବେଠଶରୁ କୋଟି କୋଟି ଲୋକେ ନିଜ ଘର ଉପରେ ତିରଙ୍ଗା ଉଡାଉଛନ୍ତି ଏବଂ ଆସୁଥିବା ଅଗଷ୍ଟ 15ରେ ଏକ ନୂଆ ରେକର୍ଡ ସୃଷ୍ଟି ହେବ ।