ଭୋପାଳ– କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ଲୋକେ ଏହା ପ୍ରଶ୍ନ କରନ୍ତି ଯେ, ଦେଶରେ ଏତେ ଟ୍ୟାକ୍ସ କାହିଁକି ଅଛି । ସେ ଚାହାନ୍ତି ଯେ, ଟ୍ୟାକ୍ସ ଜିରୋକୁ ନେଇଆସନ୍ତୁ କିନ୍ତୁ ଦେଶ ସମ୍ମୁଖରେ ଅନେକ ଚ୍ୟାଲେଂଜ ରହିଛି ଏବଂ ଏଥିପାଇଁ ଫଣ୍ଡର ଆବଶ୍ୟକତା ରହିଛି । ଅନ୍ତର୍ଜାତୀୟ ସ୍ତରରେ ଦେଶକୁ ନେଇ ଅନେକ ପ୍ରତିଶ୍ରୁତି ରହିଛି । ଅନ୍ୟମାନେ ଆମକୁ ଟଙ୍କା ଦେବା ପାଇଁ ଆମେ ଅପେକ୍ଷା କରିପାରିବୁ ନାହିଁ, ସେଥିପାଇଁ ଆମେ ନିଜେ ଟଙ୍କା ଖର୍ଚ୍ଚ କରୁଛୁ ।ଏଥିପାଇଁ ବହୁତ ଟଙ୍କା ଦରକାର ହୋଇଥାଏ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଭୋପାଳରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚର 11ତମ ଦୀକ୍ଷାନ୍ତ ସମାରୋହକୁ ସଂବୋଧିତ କରିଛନ୍ତି । ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ମଧ୍ୟ ଉପସ୍ଥିତ ଥିଲେ । ଏହି ଅବସରରେ ସେ ଭାରତୀୟ ବିଜ୍ଞାନ ଶିକ୍ଷା ଏବଂ ଗବେଷଣା ସଂସ୍ଥାନ ପରିସରରେ ଶୈକ୍ଷଣିକ ଭବନ ଓ ବ୍ୟାଖ୍ୟାନ କକ୍ଷର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଏହାସହିତ 442 ଗବେଷକଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ।