
ବଲାଙ୍ଗିର– ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଖଦ୍ୟୋତ ର ମାସିକିଆ ବୈଠକ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂପାଦକ ଆକୁଳ ବେହେରା ବିବରଣି ପାଠ କରିଥିଲେ । ପରିବେଶ ସନ୍ତୁଳନ ପାଇଁ ବୃକ୍ଷରୋପଣ ଅପରିହାର୍ଯ୍ୟ, ସହରର ବିଭିନ୍ନ ଖାଲି ସ୍ଥାନରେ ବୃକ୍ଷରୋପଣ କରିବା ଓ ତାହାକୁ ବଂଚାଇବାର ଦାୟିତ୍ଵ ନିଜେ ନିଜେ ନେବା ପାଇଁ ସଭ୍ୟମାନେ ମତ ପ୍ରକାଶ କରିଥିଲେ ।
ଉକ୍ତ ବୈଠକରେ ଗ୍ଲୋବାଲ ୱାର୍ମିଙ୍ଗ କୁ ଆଖି ଆଗରେ ରଖି ବିଦ୍ୟୁତ ସଙ୍କଟରୁ ରକ୍ଷା କରିବା ପାଇଁ ସୌର ଚାଳିତ ବ୍ୟାଟେରିର ବ୍ୟବହାରକୁ ଲୋକଙ୍କ ପାଖରେ ପହଞ୍ଚାଇବାର ସଚେତନତା କରେଇବା ପାଇଁ ମଧ୍ୟ ସଭ୍ୟମାନେ ଆଗ୍ରହ ପ୍ରକାଶ କରିଥିଲେ । ଏହି ସଭାରେ ଉପ-ସଭାପତି ରେଡକ୍ରସ ସାଧନା କର୍ମୀ ରବି ଚନ୍ଦ୍ର ପଶାୟତ, କୋଷାଧ୍ୟକ୍ଷ ମୀନକେତନ ମାଝି, ଜୟରାମ ପଣ୍ଡା, ହିମାନ୍ଦ୍ରୀ ମିଶ୍ର, ଆଶିଷ ପଣ୍ଡା, ସତ୍ୟନାରାୟଣ ପାଣିଗ୍ରାହୀ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ସହ-ସଂପାଦକ ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।