
ଭୁବନେଶ୍ୱର/ଉଦଳା– ବିଚ ରାସ୍ତାରେ ଅଧ୍ୟାପକଙ୍କୁ ହାଣିଲେ ଦୁର୍ବୃତ୍ତ । ଜୀବନ ବଞ୍ଚାଇଲା ହେଲମେଟ । କାନ୍ଧକୁ ହାଣି ଚାଲିଗଲେ ଦୁର୍ବୃତ୍ତ । ଉଦଳା – ପୋଡାଡିହା ରାଜ୍ୟ ରାଜପଥର କୁକୁରଡିମା ଛକରେ ଘଟିଛି ଏହି ଘଟଣା । ମେଘାସନ ଡିଗ୍ରୀ କଲେଜର ଗଣିତ ଅଧ୍ୟାପକ ରୁପେଶ ମହାପାତ୍ର ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ଦୁଇଜଣ ଯୁବକ ବାଇକରେ ଆସି ଭୁଜାଲିରେ ହାଣିଥିବା ସୂଚନା ମିଳିଛି ।