ରାଉରକେଲା– ରାଜ୍ୟ ସରକାରଙ୍କର ତତକାଳୀନ ସଚିବ ଅର୍ଥବିଭାଗ ବିଶାଳ ଦେବ ମହିଳା କର୍ମଚାରୀ ମାନଙ୍କ ଲାଗି ୧୫ ଦିନ ବାଦ ଅଧିକ ୧୦ ଦିନ ଛୁଟୀର ଯେଉଁ ସୁବିଧା କରିଥିଲେ ମହିଳା କର୍ମଚାରୀ, ଶିକ୍ଷୟତ୍ରୀ ମାନେ ମୋଟ ଉପରେ ୨୦ ଦିନ ଛୁଟି ଚଳିତ ବର୍ଷ ନେଇ ପାରିବେ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଗତ ୨୨/୩/୨୪ରେ ଆଦେଶନାମା ୬୪୬୭ ଅନୁଯାୟୀ ଏହି ନିଷ୍ପତି ନିଆଯାଇଥିଲା, ତେବେ ଏହି କଥାକୁ ନେଇ ମହିଳା କର୍ମଚାରୀ ଓ ମହିଳା ଶିକ୍ଷୟତ୍ରୀ ମାନେ ଦ୍ଵନ୍ଦରେ ଥିବା ବେଳେ ସେମାନେ ଏଥିରୁ କେତେ ସହଯୋଗ ପାଇବେ ତାକୁ ନେଇ ନାନା ପ୍ରକାର ପ୍ରଶ୍ନର ଶୀକାର ହେଉଥିଲେ, ଏପରିକି କିଛି କର୍ମଚାରୀ ମାନେ ଏହା ଭିତରୁ କିଛି ଛୁଟୀ ନେଇ ସାରିଥିବା ବେଳେ ସେମାନଙ୍କର ଅଧିକାରୀ ମାନେ ମଧ୍ୟ ଏନେଇ କୌଣସି ସୂଚନା ଦେଉନଥିଲେ । ତେବେ ବର୍ତମାନ ସରକାରୀ କର୍ମଚାରୀ ଓ ଶିକ୍ଷକଙ୍କର ଅଭାବ ଯୋଗୁ ଛୁଟୀ ଯେତେ କମ ବ୍ୟବହାର ହେବ ତାହା ଅଧିକାରୀ ମାନଙ୍କ ଲାଗି ସୁବିଧା , କିନ୍ତୁ ଆବଶ୍ୟକ ସ୍ଥଳେ ମହିଳା କର୍ମଚାରୀ ମାନେ ଛୁଟୀ ଲାଗି ବିକଳ ସ୍ଥିତିର ସମ୍ମୁଖୀନ ହେଉଥିଲେ । ଏନେଇ ଆଜି ରାଉରକେଲା ଶିକ୍ଷା ଧିକାରୀ ଶ୍ରୀ ପ୍ରଧାନଙ୍କୁ ଯୋଗାଯୋଗ କରାଜିବାରୁ ସେ କହିଲେ ଯେହେତୁ ଏହା ବର୍ଷ ମଝିରେ ଆଦେଶ ହୋଇଛି ତେଣୁ ଅଧିକ ୧୦ ଦିନ ଛୁଟୀକୁ ସେମାନେ ଚଳିତ ବର୍ଷ ପାଇବେ ନାହିଁ, ପୂର୍ବ ଛୁଟି ସହ ସେମାନଙ୍କୁ ଏଥିରୁ ଚଳିତ ବର୍ଷ ୫ ଦିନ ଦିଆଜିବ, ଅର୍ଥାତ ମୋଟ ଉପରେ ମହିଳା କର୍ମଚାରୀ ମାନେ ୨୦ ଦିନ ଛୁଟୀ ନେଇପାରିବେ । ଏହାଦ୍ଵାରା ହଜାର ହଜାର ଶିକ୍ଷୟତ୍ରୀ ଛୁଟୀକୁ ନେଇ ଥିବା ଦ୍ଵନ୍ଦରୁ ମୁକ୍ତି ପାଇଥିବା ବେଳେ ଏହା ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ କରିଛି ବୋଲି ଅବସର ନେଇଥିବା ଶିକ୍ଷକମାନେ ମତ ଦେଇଛନ୍ତି ।
Related Stories
September 19, 2024
September 19, 2024