ଭୁବନେଶ୍ୱର -ମଜନୁ ସତ୍ୟଜିତଙ୍କ ରହସ୍ୟମୟୀ ପ୍ରେମିକା ହାଜର ହୋଇଛନ୍ତି ଥାନାରେ। ସୁଚନାନୁସାରେ ମଜନୁ ସତ୍ୟଜିତ ସାମଲ ଗିରଫ ଘଟଣାରେ ରହସ୍ୟମୟୀ ପ୍ରେମିକା ଥାନାରେହାଜର ହୋଇଥିବା ଜଣାପଡିଛି।ଶହେ ମହିଳାଙ୍କ ପ୍ରେମିକ ମଜନୁ ସତ୍ୟଜିତଙ୍କ ଲେଡି ପାର୍ଟନରକୁ ଥାନାରେ ହାଜର ହେବାକୁ କ୍ୟାପିଟାଲ ଥାନା ନୋଟିସ କରିଥିଲା।ସୁଚନାନୁସାରେ ଲେଡି ପାର୍ଟନରଙ୍କ ଆକାଉଣ୍ଟକୁ ମଜନୁ ସତ୍ୟଜିତ ସାମଲଙ୍କ ଆକାଉଣ୍ଟରୁ ହୋଇଥିଲା ଟଙ୍କା ଟ୍ରାନଜାକସନ ।ଲେଡି ପାର୍ଟନରଙ୍କ ଆକାଉଣ୍ଟକୁ 3 ମାସରେ 10 ଲକ୍ଷ ଟଙ୍କା ଯାଇଛି ।ଯେଉଁଦିନ ସତ୍ୟଜିତ ଗିରଫ ହେଲେ ତା ପରଦିନ ଏହି ଲେଡି ପାର୍ଟନର 50000 ଟଙ୍କା ଉଠାଇଥିଲେ।ଏନେଇ ପୋଲିସ ମଜନୁ ସତ୍ୟଜିତ୍ ସହ ଲେଡି ପାର୍ଟନରର ସମ୍ପର୍କ ବିଷୟରେ ଜାଣିବା ପାଇଁ ଲେଡି ପାର୍ଟନରକୁ ପଚରାଉଚରା କରୁଛି।
Related Stories
September 19, 2024
September 19, 2024