ଜମ୍ମୁ, ରାମବନରେ ବିଭିନ୍ନ ସ୍ଥାନରେ ଭୂସ୍ଖଳନ କାରଣରୁ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ ରବିବାର ଅବରୋଧ ହୋଇଯାଇଛି । ଅଧିକାରୀଙ୍କ ମୁତାବକ ଶନିବାର ବିଳମ୍ବିତ ରାତିରୁ ହେଉଥିବା ବର୍ଷା କାରଣରୁ ରାମବନ ଜିଲ୍ଲାର ମେହଦ, କାଫେଟେରିଆରେ ପାହାଡିଆ ଅଂଚଳରୁ ମାଟି ଓ ପଥର ଖସିବା କାରଣୁ ରାଜପଥରେ ଦୁଇପଟୁ ଯାତାୟତ ବନ୍ଦ ହୋଇଯାଇଛି । ସେ କହିଛନ୍ତି ଯେ, ପୂରା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ବର୍ଷାର ପାଗ ରହିଛି । ପାଗରେ ସୁଧାର ଆସିବା ଯାଏ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଯାତ୍ରା କରିବାରୁ ଦୂରେଇ ରହିବାକୁ ଯାତ୍ରୀଙ୍କୁ ପରାମର୍ଶ ଦିଆଯାଇଛି । ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତାୟନ କଂଟ୍ରୋଲ ରୁମ ସହିତ ଯୋଗାଯୋଗ କରିବାକୁ ମଧ୍ୟ କୁହାଯାଇଛି ।