
ଭୁବନେଶ୍ୱର -ବାଂଲାଦେଶରେ ଲାଗି ରହିଥିବା ଅଶାନ୍ତି ହେତୁ ଅନୁପ୍ରବେଶ ହେବାର ଆଶଙ୍କା ମଧ୍ୟରେ ଆଇନମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି ଯେ ରାଜ୍ୟରେ ରହୁଥିବା ବେଆଇନ ବାଂଲାଦେଶୀ ମାନଙ୍କୁ ଚିହ୍ନଟ କରାଯିବ ଏବଂ ପୁଙ୍ଖାନୁପୁଙ୍ଖ ଯାଞ୍ଚ ପରେ ପ୍ରବାସୀ ମାନଙ୍କୁ ପ୍ରତ୍ୟାବର୍ତ୍ତନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।ଓଡିଶାର ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ କହିଛନ୍ତି ଯେ ପଡୋଶୀ ଦେଶର ଅଶାନ୍ତି ପରେ ବାଂଲାଦେଶୀ ସମୁଦ୍ରପଥ ଦେଇ ରାଜ୍ୟକୁ ପ୍ରବେଶ କରୁଥିବାର ଖବର ଆସିନାହିଁ। ପୋଲିସ କହିଛି ଯେ ସମୁଦ୍ର ପଥରେ ଭାରତୀୟ ନୌସେନା ,ତଟରକ୍ଷୀବାହିନୀ,ଓଡିଶା ସାମୁଦ୍ରିକ ପୋଲିସ ଦ୍ୱାରା ତ୍ରି ସ୍ତରୀୟ ସୁରକ୍ଷା କରାଯାଉଛି।ପଡୋଶୀ ଦେଶର ଅସ୍ଥିରତାକୁ ଦେଖି ବାଂଲାଦେଶରୁ ଅନୁପ୍ରବେଶ ହେବାର ସମ୍ଭାବନା ଉପରେ ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଉଭୟ କୋଷ୍ଟଗାର୍ଡ ଏବଂ ମେରାଇନ ପୋଲିସକୁ ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳକୁ ନଜରରେ ରଖିବାକୁ ନିର୍ଦେଶ ଦିଆଯାଇଛି।