ଭୁବନେଶ୍ୱର, ଖୁବ୍ଶୀଘ୍ର ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଯାଞ୍ଚ ହେବ ବୋଲି ସୂଚନା ଦେଇଛନ୍ତି ଆଇନମନ୍ତ୍ରୀ ପୃଥ୍ବିରାଜ ହରିଚନ୍ଦନ। ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଏ ସମ୍ପର୍କରେ ଖୁବ ଶୀଘ୍ର ଯାଞ୍ଚ ପ୍ରକ୍ରିୟା ଅରମ୍ଭ ହେବ । ପୂର୍ବରୁ ଅନୁପ୍ରବେଶ କରି ବିଭିନ୍ନ ବୃତ୍ତିରେ ଥିବା ସମସ୍ତଙ୍କ ଯାଞ୍ଚ ହେବ । ବୈଧ ପ୍ରମାଣପତ୍ର ନଥିଲେ ସେମାନଙ୍କୁ ନିଜ ଦେଶ ପ୍ରତ୍ୟାର୍ପଣ ବ୍ୟବସ୍ଥା କରାଯିବ ।
ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପଶ୍ଚିମବଙ୍ଗ ଓ ସମୁଦ୍ର ପଥରେ ବାଂଲାଦେଶୀ ଅନୁପ୍ରବେଶ ଉଦ୍ୟମ କରୁଛନ୍ତି । ଅନୁପ୍ରବେଶକାରୀଙ୍କୁ ରୋକିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ କୌଣସି ଅନୁପ୍ରବେଶ ହେବ ନାହିଁ ବୋଲି ସେ କହିଛନ୍ତି ।