ଭୁବନେଶ୍ୱର– ପାଣ୍ଡିଆନଙ୍କ ହେଲିକେପ୍ଟର୍ ଖର୍ଚ୍ଚର ତଦନ୍ତ ହେବ । ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।
ପାଣ୍ଡିଆନ୍ଙ୍କ ହେଲିକପ୍ଟର ଖର୍ଚ୍ଚ ନେଇ ତାଙ୍କ ପ୍ରତିକ୍ରିୟାରେ ଆଇନ ମନ୍ତ୍ରୀ କହିଛନ୍ତି ଯେ, ପାଣ୍ଡିଆନ୍ଙ୍କ ହେଲିକପ୍ଟର ଖର୍ଚ୍ଚର ସ୍ପଷ୍ଟତା ଆସିବା ଆବଶ୍ୟକ । ସରକାରୀ ଅର୍ଥରେ ହେଲିପ୍ୟାଡ୍ ତିଆରି ହେଉଥିଲା । ଏହାର ତଦନ୍ତ ହେବ । ସଚିବଙ୍କ ହେଲିକପ୍ଟର ବ୍ୟବହାର ଅନୁମତି କେମିତି ମିଳିଲା ତାର ତଦନ୍ତ ହେବ । କିଏ ଓ କେମିତି ନିର୍ଦ୍ଦେଶ ଦେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି ।