ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆରେ ସର୍ବାଧିକ ୪୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି କଟକ ଜିଲ୍ଲାର ଆଠଗଡ଼ରେ ୪୪.୦ ମି.ମି., ବାଙ୍କୀରେ ୩୫.୦ ମି.ମି., କନ୍ଧମାଳ ଜିଲ୍ଲାର କେ.ନନୂଆଗାଁରେ ୩୨.୭ ମି.ମି., ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୩୦.୮ ମି.ମି., ରାୟଗଡ଼ା ଜିଲ୍ଲାର ଆମ୍ବାଭୋନାରେ ୨୯.୫ ମି.ମି., ଢ଼େଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୨୯.୦ ମି.ମି., ନୟାଗଡ଼ ଜିଲ୍ଲାର ଦଶପଲ୍ଲାରେ ୨୮.୪ ମି.ମି., ବାଲେଶ୍ଵର ଜିଲ୍ଲାର ରାଜଘାଟରେ ୨୮.୨ ମି.ମି., ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରରେ ୨୮.୦ ମି.ମି., ସାରସକଣାରେ ୨୮.୦ ମି.ମି., ମୋରଡ଼ାରେ ୨୭.୨ ମି.ମି., ଜାମଦାରେ ୨୭.୦ ମି.ମି. ଏବଂ ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ୨୫.୬ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024