ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୩୦.୫ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୮ ପ୍ରତିଶତ କମ୍ ରହିଛି । ଏହି ସମୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ଏଠାରେ ୧୨୩୪.୩ ମି.ମି. ବର୍ଷା ହୋଇଛି ।
ସେହିପରି ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସେହି ୪ ଜିଲ୍ଲା ହେଲା କୋରାପୁଟ, ନୂଆପଡ଼ା, ବୌଦ୍ଧ ଓ ସୋନପୁର । ଏହି ସମୟ ମଧ୍ୟରେ କୋରାପୁଟରେ ୮୯୫.୩ ମି.ମି., ନୂଆପଡ଼ାରେ ୭୯୧.୭ ମି.ମି., ସୋନପୁରରେ ୮୯୨.୫ ମି.ମି. ଏବଂ ଏବଂ ବୌଦ୍ଧରେ ୮୧୪.୫ ମି.ମି. ବର୍ଷା ହୋଇଛି । ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି ଏବଂ ଅନ୍ୟ ୯ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।