ନୂଆଦିଲ୍ଲୀ/ଭୁବନେଶ୍ୱର,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ କମିଟି ବୈଠକରେ ପୂର୍ବ ଭାରତ ରାଜ୍ୟ ସମୂହ ବିଶେଷତଃ ଓଡ଼ିଶା, ବିହାର, ଝାଡଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ରେଳ ଯୋଗାଯାଗକୁ ସଦୃଢ କରିବା ପାଇଁ ପ୍ରାୟ 17, 500 କୋଟି ଟଙ୍କା ଏବଂ କେବଳ ଓଡ଼ିଶାକୁ 15,000 କୋଟି ଟଙ୍କାର ଉପହାର ଦିଆଯାଇଛି ।
ଓଡ଼ିଶା ସମେତ ପୂର୍ବ ଭାରତର ବିକାଶ ପାଇଁ “ପୂର୍ବୋଦୟ ଯୋଜନା”ରେ ମୋଦୀ ସରକାରଙ୍କ ବଡ଼ ଉପହାର ଦିଆଯାଇଛି । ଓଡ଼ିଶାର ପ୍ରମୁଖ ଆକାଂକ୍ଷୀ ପ୍ରକଳ୍ପ ଯଥା ବାଦାମପାହାଡ- କେନ୍ଦୁଝରଗଡ଼, ବାଙ୍ଗିରିପୋଷୀ- ଗୋରୁମହିଷାଣୀ, ଗୁଣୁପୁର- ଥେରୁବାଲି, ଜୁନାଗଡ଼- ନବରଙ୍ଗପୁର, ମାଲକାନଗିରି- ପାଣ୍ଡୁରଙ୍ଗାପୁରମ ଆଦି ଅନେକ ନୂଆ ରେଳ ଲାଇନ ପ୍ରକଳ୍ପ ପାଇଁ କ୍ୟାବିନେଟ୍ ମଞ୍ଜୁର ଦେଇଛି । ଏହା ଓଡ଼ିଶାର ମୟୂରଭଞ୍ଜ, କେନ୍ଦୁଝର, କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, କଳାହାଣ୍ଡି ଜିଲ୍ଲା ଗୁଡିକରେ ଆର୍ଥିକ ଅଭିବୃଦ୍ଧି ହେବା ସହ ପର୍ଯ୍ୟଟନ ଏବଂ ନିଯୁକ୍ତି ସୁଯୋଗ ବୃଦ୍ଧି ହେବ । ଆଭ୍ୟନ୍ତରୀଣ ଅଞ୍ଚଳରୁ ଗୋପାଳପୁର ଏବଂ ଧାମରା ବନ୍ଦର ସହ ସଂଯୋଗୀକରଣ ବୃଦ୍ଧି ହେବ । ଯାତ୍ରୀ ସୁବିଧା ସହ ମାଲବାହୀ ପରିବହନ ସହଜ ହେବ । ଓଡ଼ିଶା ଓ ପଡୋଶା ରାଜ୍ୟର ଶିଳ୍ପାଞ୍ଚଳର ବିକାଶ ହେବ । ଏକବିଂଶ ଶତାବ୍ଦୀରେ ନୂଆ ଭିତ୍ତିଭୂମିର ଢାଞ୍ଚା ପୂର୍ବୋଦୟ ଯୋଜନାରେ ସାକାର ହେବ ।
ସେହିପରି ସମଗ୍ର ଭାରତବର୍ଷର ସବୁ ଗରିବ ଏବଂ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଗ୍ରାମୀଣ ଏବଂ ସହରୀ ଯୋଜନାର ସମୟ ସୀମାକୁ ଆସନ୍ତା 5 ବର୍ଷ ବୃଦ୍ଧି କରାଯାଇଛି । ଉଭୟ ଗ୍ରାମୀଣ ଓ ସହର ପାଇଁ ମୋଟ 3 କୋଟି ଘର ନିର୍ମାଣ ପାଇଁ 5 ଲକ୍ଷ 36 ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହି ନିଷ୍ପତି ଦ୍ୱାରା ବିଶେଷତଃ ଓଡ଼ିଶାର ଗରିବ ତଥା ଯୋଗ୍ୟ ହିତାଧିକାରୀମାନେ ପକ୍କା ଘର ପାଇପାରିବେ । ସେମାନେ ବିଶେଷ ଉପକୃତ ହେବ । ଏହି ଯୁଗାନ୍ତକାରୀ ନିଷ୍ପତି ପାଇଁ ଶ୍ରୀ ପ୍ରଧାନ ପ୍ରଧାନମନ୍ତ୍ରୀ ମୋଦୀ, କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
Related Stories
November 22, 2024