
ଖୋର୍ଦ୍ଧା -ଦିନକୁ ଦିନ ବାଂଲାଦେଶରେ ଅଶାନ୍ତି ବଢି ବଢି ଚାଲିଛି।ଯାହାଫଳରେ ବାଲାଂଦେଶୀମାନେଭାରତ ମୁହାଁହେଉଛନ୍ତି।ବାଲାଂଦେଶୀମାନଙ୍କର ଜଳପଥରେ ପ୍ରବେଶକୁ କଡାକଡି କରାଯାଇଛି।ଓଡିଶା ମେରାଇନ ପୋଲିସ ପକ୍ଷରୁ ପୁରୀ ଜିଲ୍ଲାର ଅରଖକୁଦା ମେରାଇନ ଥାନାର ଗୋଟିଏ ଟିମ ଟିଲିକାର ପ୍ରବେଶ ପଥ ଶିବକୁଦା ମୁହାଣରେ ଯାଞ୍ଚ ପ୍ରକ୍ରିୟା କଡାକଡି କରିଛନ୍ତି। ମେରାଇନ ଥାନା ଭାରପ୍ରାପ୍ତ ଅଧିକାରିଣୀ ସଶ୍ମିତା ବେହେରା କହିଛନ୍ତି ଯେ ସନ୍ଦେହରେ ଆସୁଥିବା ଲୋକମାନଙ୍କୁ ଯାଞ୍ଚ କରାଯାଇ ସେମାନଙ୍କ ପ୍ରମାଣପତ୍ର ଯାଞ୍ଚ କରାଯାଉଛି।