ଭୁବନେଶ୍ୱର – ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ର ରୂପରେଖ କଣ ହେବ ସେଥିନେଇ ବୁଧବାର ରାଜ୍ୟ ଅତିଥି ଭବନ ଠାରେ ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ ପ୍ରାକ୍ ବଜେଟ୍ ପରାମର୍ଶ ବୈଠକ ଆରମ୍ଭ ହୋଇଛି । ଏଥିରେ ପୂର୍ବତନ ଅର୍ଥମନ୍ତ୍ରୀ , ଅର୍ଥନୈତିକ ବିଶେଷଜ୍ଞ , ପୂର୍ବତନ ଅର୍ଥ ସଚିବ ଏବଂ ଅର୍ଥନୈତିକ ସାମ୍ବାଦିକ ମାନେ ଉପସ୍ଥିତ ଥିଲେ । ଫେବୃଆରୀ ମାସ ଦ୍ୱିତୀୟ ସପ୍ତାହରେ ଅନୁÂିତ ହେବାକୁ ଯାଉଥିବା ବଜେଟ୍ ଅଧିବେଶନ କାଳରେ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ବାର୍ଷିକ ବଜେଟ୍ ଉପସ୍ଥାପନ କରିବେ । ଫେବୃଆରୀ ୧୨ ତାରିଖରେ ବଜେଟ୍ ଅଧିବେଶନ ଆରମ୍ଭ କରିବାକୁ ପ୍ରସ୍ତାବ ରହିଛି ।
Related Stories
November 24, 2024
November 24, 2024