ବାଲିଗୁଡା -ବାଲିଗୁଡା ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର ବେପାର ବଢି ଚାଲିଛି।ବାଲିଗୁଡା ପୋଲିସ 6.20 ଗ୍ରାମ ବ୍ରାଉନସୁଗାର ଜବତ କରିଛି।ଘଟଣାରୁ ପ୍ରକାଶ ଗତକାଲି ରାତିରେ ପୋଲିସ ଏସ ଆଇ ସଞ୍ଜୟ ସ୍ୱାଇଁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ବାଲିଗୁଡା ଏନଏସି ଅନ୍ତର୍ଗତ କଟାରି ସାହି ସ୍ଥିତ କୃଷି କାର୍ଯ୍ୟାଳୟ ନିକଟରୁ ଜଣେ ଯୁବକଙ୍କ ଠାରୁ 6.20 ଗ୍ରାମ ବ୍ରାଉନସୁଗାର ଜବତ କରିଛି ।ବାଲିଗୁଡା ପୋଲିସ ଉକ୍ତ ଯୁବକର ପକେଟରୁ 85309 ଟଙ୍କା ଓ ଗୋଟିଏ ମୋବାଇଲ ଜବତ କରିଛି।ଜବତ କରାଯାଇଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ 60000 ହୋଇପାରେ ବୋଲି ଅନୁମାନ କରାଯାଉଛି।ଏ ନେଇ ପୋଲିସ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି।
Related Stories
September 19, 2024
September 19, 2024