
ଭୁବନେଶ୍ୱର– ଚୋରି ହୋଇଥିବା ଜିନିଷ ଫେରି ପାଇଛନ୍ତି ଲୋକେ। କମିଶନରେଟ ପୋଲିସର ଏହା ଏକ ଅଭିନବ ପ୍ରୟାସ। କମିଶନରେଟ ପୋଲିସ ଚୋରି ହୋଇଥିବା ୧୦୩ଟି ମୋବାଇଲକୁ ମୋବାଇଲ ଫୋନ ମାଲିକକୁ ଫେରାଇଛି। ସେହିପରି କମିଶନରେଟ ପୋଲିସ ୨୬ ଟି ବାଇକ,ଇନୋଭା କାର ,୧୨ ଟି ସୁନା ଅଳଙ୍କାର ମଧ୍ୟ ମାଲିକଙ୍କୁ ହସ୍ତାନ୍ତର କରିଛି। ଚଳିତ ବର୍ଷ ରାଜଧାନୀରେ ଚୋରି ହୋଇଥିବା ବହୁ ମୋବାଇଲ ଫୋନକୁ ଖୋଜି ମୋବାଇଲ ଫୋନ ମାଲିକକୁ ହସ୍ତାନ୍ତର କରିଛି କମିଶନରେଟ ପୋଲିସ। ଲୋକମାନେ ନିଜର ଜିନିଷ ଫେରି ପାଇ ଖୁସି ବ୍ୟକ୍ତ କରିଛନ୍ତି।