
ନୂଆଦିଲ୍ଲୀ– ଜାତିର ପିତା ମହାତ୍ମା ଗାନ୍ଧିଙ୍କ ନେତୃତ୍ୱରେ ଭାରତ ଛୋଡୋ ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏକ୍ସ ହ୍ୟାଣ୍ଡେଲରେ ପିଏମ ମୋଦି ଭାରତ ଛୋଡୋ ଆନ୍ଦୋଳନ ସହିତ ସଂବନ୍ଧିତ ଏକ ଭିଡିଓ ସେୟାର କରିଛନ୍ତି । ପିଏମ କହିଛନ୍ତି ଯେ, ବାପୁଙ୍କ ନେତୃତ୍ୱରେ ଭାରତ ଛୋଡୋ ଆନ୍ଦୋଳନରେ ଭାଗ ନେଇଥିବା ସମସ୍ତ ଲୋକଙ୍କୁ ଶ୍ରଦ୍ଧାଂଜଳି । ବାସ୍ତବରେ ଏହା ଆମର ସ୍ୱାଧୀନତା ସଂଗ୍ରାମର ଏକ ଐତିହାସିକ କ୍ଷଣ ଥିଲା ।