ଭୁବନେଶ୍ୱର- ଆସନ୍ତାକାଲି ରାଜ୍ୟ ବିଜେପିର ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ । ସହମତି ଭିତିରେ ସଭାପତି ହେବାର ସମ୍ଭାବନା ରହିଛି ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ଏହି ନିର୍ବାଚନ ବେଳେ ପର୍ଯ୍ୟବକ୍ଷକ ନରେନ୍ଦ୍ର ସିଂହ ତୋମାର ଓ ରାଷ୍ଟୀ୍ରୟ ସମ୍ପାଦକ ରାଜୀବ ପ୍ରତାପ ରୁଡି ଉପସ୍ଥିତ ରହିବେ ।
ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଆସନ୍ତାକାଲି ସଭାପତି ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ ହେବ । ଅପରାହ୍ନ ୩ ଟାରୁ ୪ ଟା ମଧ୍ୟରେ ଏଥିପାଇଁ ସମୟ ଧାର୍ଯ୍ୟ କରାଯାଇଛି । ୪ଟାରୁ ୫ ଟଶ ୩୦ ମଧ୍ୟରେ ନାମାଙ୍କନ ପତ୍ର ଯାଂଚ ହେବ । କେବଳ ଜଣେ ପ୍ରାର୍ଥୀ ନାମାଙ୍କନ ଦାଖଲ କରିପାରନ୍ତି ।
ଆବଶ୍ୟକ ପଡିଲେ ୧୭ ତାରିଖ ପୂର୍ବାହ୍ନ ୧୦ଟାରେ ଭୋଟ୍ ଗ୍ରହଣ କରାଯିବ । ଯଦି ଏକାଧିକ ପ୍ରାର୍ଥୀ ଥାଆନ୍ତି ତେବେ ଅପରାହ୍ନ ୧ ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ଚାଲିବ ।