
ନୂଆଦିଲ୍ଲୀ– ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର ନାଗରିକଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତ୍ରିରଙ୍ଗା ବାଲା ନିଜ ଫ୍ରୋଫାଇଲ ଫଟୋ ଲଗାଇବାକୁ ଅନୁରୋଧ କରିଛନ୍ତି । ସେ ନିଜ ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇଦେଇଛନ୍ତି । ଏହା ବଦଳରେ ସେ ଭାରତୀୟ ପତାକା ଲଗାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହର୍ ଘର ତ୍ରିରଙ୍ଗା ଆନ୍ଦୋଳନକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନ କରିବା ପାଇଁ ସମସ୍ତଙ୍କୁ ଏଭଳି କରିବାକୁ ଅନୁରୋଧ କରିଛନ୍ତି । ସେ ସମସ୍ତଙ୍କୁ ହର୍ ଘର ତ୍ରିରଙ୍ଗା ଡଟ କମରେ ତ୍ରିରଙ୍ଗା ସହିତ ସେଲ୍ଫି ସେୟାର କରିବାକୁ ଅନୁରୋଧ କରିଛନ୍ତି । ଏକ୍ସ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ସ୍ୱାଧୀନତା ଦିବସ ଆସୁଛି, ଆସନ୍ତୁ ଆମେ ପୁଣି ଥରେ ହର୍ ଘର ତ୍ରିରଙ୍ଗାକୁ ଏକ ସ୍ମରଣୀୟ ଜନ ଆନ୍ଦୋଳନ ବନାଇବା । ମୁଁ ମୋର ପ୍ରୋଫାଇଲ ଫଟୋ ବଦଳାଇଛି ଏବଂ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ, ଏଭଳି କରିବା ଆମର ତ୍ରିରଙ୍ଗାକୁ ମନାଇବା ପାଇଁ ମୋର ସହଯୋଗ କରନ୍ତୁ । ଏବଂ ହର୍ ଘର ତ୍ରିରଙ୍ଗା ଡଟ କମରେ ନିଜର ସେଲଫି ନିଶ୍ଚିତ କରନ୍ତୁ ।