ମାଲଦା– ପଶ୍ଚିମବଙ୍ଗର ମାଲଦା ଜିଲ୍ଲାର ହରିଶ୍ଚନ୍ଦ୍ରପୁରରେ ଶୁକ୍ରବାର ସକାଳେ ଆଉ ଏକ ଟ୍ରେନ ଦୁର୍ଘଟଣା ଘଟଣା ସାମ୍ନାକୁ ଆସିଛି । ଏକ ମାଲଗାଡିର 5ଟି ଡବା କୁମେଦପୁର ନିକଟରେ ଲାଇନଚ୍ୟୁତ ହୋଇଛି । ଏହି ଦୁର୍ଘଟଣା ସେହି ସମୟରେ ହୋଇଛି ଯେତେବେଳେ ମାଲଗାଡି ନ୍ୟୁ ଜଲପାଇଗୁଡିରୁ କଟିହାର ଅଭିମୁଖେ ଯାଉଥିଲା । ଏହି ଦୁର୍ଘଟଣାରେ ରେଳ ଯାତାୟତ ବି ପ୍ରଭାବିତ ହୋଇଛି ଏବଂ ଅନେକ ଟ୍ରେନର ଗତିପଥ ପରିବର୍ତନ କରାଯାଇଛି । ଏହି ଦୁର୍ଘଟଣା ସକାଳ ପ୍ରାୟ ସାଢେ 10ଟା ବେଳେ ଖୁରିୟାଲ ଓ କୁମେଦପୁର ଷ୍ଟେସନ ମଧ୍ୟରେ ହୋଇଥିଲା । ଘଟଣା ପରେ ଅଂଚଳରେ ଆତଙ୍କ ଖେଳିଯାଇଛି । ଘଟଣାସ୍ଥଳରେ ରେସକ୍ୟୁ ଅପରେସନ ଜାରି ରହିଛି ।