ଭୁବନେଶ୍ଵର– ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ପୁରୀ ଜିଲ୍ଲାର ଅସ୍ତରଙ୍ଗରେ ସର୍ବାଧିକ ୮୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ାରେ ୭୯.୨ ମି.ମି., ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୫୮.୦ ମି.ମି., ଅନୁଗୁଳ ଜିଲ୍ଲାର ତାଳଚେରରେ ୫୨.୦ ମି.ମି., ନୟାଗଡ଼ ଜିଲ୍ଲାର ନୟାଗଡ଼ରେ ୫୧.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର ଉଦଳାରେ ୪୯.୦ ମି.ମି., ଢ଼େଙ୍କାନାଳ ଜିଲ୍ଲାର ଢ଼େଙ୍କାନାଳ (ପିଟିଓ)ରେ ୪୫.୨ ମି.ମି., ସମ୍ବଲପୁର ଜିଲ୍ଲାର ଜମନକିରାରେ ୪୩.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ଜି.ବି. ନଗରରେ ୪୧.୦ ମି.ମି., କୋରାପୁଟ ଜିଲ୍ଲାର ଜୟପୁରରେ ୪୦.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର କପ୍ତିପଦାରେ ୩୮.୦ ମି.ମି., ବାରିପଦାରେ ୩୭.୪ ମି.ମି., ମୟୂରଭଞ୍ଜ ଜିଲ୍ଲାର ତିରିଂରେ ୩୬.୬ ମି.ମି. ଏବଂ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡାରେ ୩୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 20, 2024
September 20, 2024