ଭୁବନେଶ୍ୱର, ରାଜ୍ୟରେ ଆଗାମୀ ଦୁଇ ଦିନ ମଧ୍ୟରେ ଆଳୁ ସ୍ଥିତି ସ୍ବାଭାବିକ ହେବ। ଲୋକେ ଆଳୁର ଅଭାବ ନେଇ ଲୋକ ମାନେ ଆତଙ୍କିତ ହୁଅନ୍ତୁ ନାହିଁ। ପଶ୍ଚିମବଙ୍ଗ ଓ ଉତ୍ତର ପ୍ରଦେଶରୁ ଆଳୁ ଆସିବ। ଏନେଇ କଥାବାର୍ତ୍ତା ଚାଲିଛି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ସାମ୍ବାଦିକ ମାନଙ୍କ ସହ କଥାବାର୍ତା ବେଳେ ଏହି ସୂଚନା ପ୍ରଦାନ କରିଛନ୍ତି।
ସେ କହିଛନ୍ତି ଯେ, ସବୁ ଆଡୁ ଆଳୁ ଆସି ରାଜ୍ୟର ଗୋଦାମରେ ଭର୍ତ୍ତି ହୋଇଯିବ। ଦିନେ, ଦୁଇ ଦିନ ମଧ୍ୟରେ ଆଳୁ ଅଭାବ ସମସ୍ୟାର ସମାଧାନ ହେବ। ବ୍ୟବସାୟୀମାନେ ନିର୍ଦ୍ଦେଶ ଅନୁଯାୟୀ କାମ କରୁଛନ୍ତି ବୋଲି ସେ କହିଛନ୍ତି।
ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଗୁରୁବାର ଭୁବନେଶ୍ବରର ଆଇଗିଣିଆସ୍ଥିତ କୁବେରପୁରୀ ଆଳୁ ଗୋଦାମରେ ପଶ୍ଚିମବଙ୍ଗରୁ ୫ ଟ୍ରକ୍ ଆଳୁ ଆସି ପହଞ୍ଚିଛି। ଫଳରେ ଏବେ ଆଳୁ ଦର କମିବାର ଆଶା ଦେଖାଦେଇଛି। ତେବେ ରାଜ୍ୟ ସରକାର ଉତ୍ତରପ୍ରଦେଶର ସରକାରଙ୍କଠାରୁ ମାଗିଥିବା ଆଳୁ ଏପର୍ଯ୍ୟନ୍ତ ପହଞ୍ଚିନାହିଁ। ଉତ୍ତରପ୍ରଦେଶ ଟ୍ରକ୍କୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରୁ ଆଳୁ ଟ୍ରକ୍ ଆସିଲେ ଆଳୁ ଦର ପୁଣି କମିବାର ସମ୍ଭାବନା ରହିଥିବା ଅନୁମାନ କରାଯାଉଛି ।