ଭୁବନେଶ୍ଵର-ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁରରେ ସର୍ବାଧିକ ୧୩୪.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ବାଲିଶଙ୍କରାରେ ୯୫.୬ ମି.ମି., ନବରଙ୍ଗପୁର ଜିଲ୍ଲାର ନନ୍ଦାହାଣ୍ଡିରେ ୭୯.୦ ମି.ମି. , ନବରଙ୍ଗପୁର ଜିଲ୍ଲାର ନବରଙ୍ଗପୁର (ପିଟିଓ)ରେ ୭୫.୪ ମି.ମି. , ଝାରସୁଗୁଡ଼ା ଜିଲ୍ଲାର କିରମରାରେ ୭୨.୦ ମି.ମି., ମୟୂରଭଞ୍ଜ ଜିଲ୍ଲାର କୁସୁମିରେ ୬୭.୦ ମି.ମି., କଳାହାଣ୍ଡି ଜିଲ୍ଲାର କଲମପୁର ୬୧.୨ ମି.ମି. , ଝାରସୁଗୁଡ଼ା ଜିଲ୍ଲାର ଲଇକେରା ୫୭.୨ ମି.ମି. , କୋରାପୁଟ ଜିଲ୍ଲାର ନନ୍ଦପୁରରେ ୫୬.୦ ମି.ମି. , ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଂଟିରେ ୫୪.୦ ମି.ମି., କଳାହାଣ୍ଡି ଜିଲ୍ଲାର ଥୁଆମୁଳ ରାମପୁରରେ ୪୯.୦ ମି.ମି., ଝାରସୁଗୁଡ଼ା ଜିଲ୍ଲାର ଲଖନପୁର ୪୫.୨ମି.ମି., ନୂଆପଡା ଜିଲ୍ଲାର ନୂଆପଡାରେ ୪୪.୮ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
November 22, 2024