ଭୁବନେଶ୍ଵର– ଚଳିତ ମୌସୁମୀ ଋତୁ ଜୁନ୍ ୧ରୁ ଆଜି ପର୍ଯ୍ୟନ୍ତ ରାଜ୍ୟରେ ୬୧୪.୮ ପ୍ରତିଶତ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଯାହାକି ସ୍ଵାଭାବିକ୍ ବର୍ଷା ତୁଳନାରେ ୬ ପ୍ରତିଶତ କମ୍ ରହିଛି । ଏହି ସମୟରେ ଗୋଟିଏ ଜିଲ୍ଲା ମାଲକାନଗିରିରେ ଅତ୍ୟଧିକ ବର୍ଷା ହୋଇଛି । ଏଠାରେ ୧୨୧୭.୮ ମି.ମି. ବର୍ଷା ହୋଇଛି । ସେହିପରି ୪ ଜିଲ୍ଲାରେ ଅଧିକ ବର୍ଷା ହୋଇଛି । ସେହି ୪ ଜିଲ୍ଲା ହେଲା କୋରାପୁଟ, ନୂଆପଡ଼ା, ବୌଦ୍ଧ ଓ ସୋନପୁର । ଏହି ସମୟ ମଧ୍ୟରେ କୋରାପୁଟରେ ୮୮୫.୮ ମି.ମି., ନୂଆପଡ଼ାରେ ୭୭୯.୯ ମି.ମି., ସୋନପୁରରେ ୮୮୩.୧ ମି.ମି. ଏବଂ ଏବଂ ବୌଦ୍ଧରେ ୮୧୨.୭ ମି.ମି. ବର୍ଷା ହୋଇଛି । ୧୬ ଜିଲ୍ଲାରେ ସ୍ଵାଭାବିକ୍ ବର୍ଷା ହୋଇଛି ଏବଂ ଅନ୍ୟ ୯ ଜିଲ୍ଲା ନିଅଂଟିଆ କାଟାଗୋରୀରେ ରହିଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024