ଭୁବନେଶ୍ୱର – ଆଜି ରାଜ୍ୟରେ ପବିତ୍ର ମକର ସଂକ୍ରାନ୍ତି ପର୍ବ ଧୁମଧାମ୍ ରେ ପାଳିତ ହୋଇଯାଇଛି । ଏହି ଦିନରେ ସୂର୍ଯ୍ୟଦେବ ଧନୁ ରାଶିରୁ ମକର ରାଶିକୁ ଯାଇଥାନ୍ତି । ଆଜିର ଦିନରେ ସ୍ନାନ ଏବଂ ଦାନ କଲେ ପୂଣ୍ୟ ମିଳିବାର ବିଶ୍ୱାସ ରହିଛି । ଏହି ଅବସରରେ ମହୋଦଧୀ ସମେତ ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁମାନେ ପ୍ରାତଃରୁ ବୁଡ ପକାଇ ଦେବଦର୍ଶନ କରିଥିଲେ । ଏହି ପବିତ୍ର ତିଥିରେ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର , ଧବଳେଶ୍ୱର ଆଦିରେ ସ୍ୱତନ୍ତ୍ର ନୀତିକାନ୍ତି ସହ ମକର ଚାଉଳ ଲାଗି ହୋଇଥିଲା । ସେହିପରି ମକର ମେଳା ପାଇଁ ପ୍ରସିଦ୍ଧ ଅଟ୍ରି ହଟକେଶ୍ୱର ମନ୍ଦିର ମକର ସଂକ୍ରାନ୍ତି ପାଇଁ ଚଳଚଂଚଳ ରହିଥିଲା । ଶ୍ରଦ୍ଧାଳୁମାନେ ଅଟ୍ରି ଉଷ୍ଣ ପ୍ରସବଣରେ ସ୍ନାନ କରିଥିଲେ । ନିଃସନ୍ତାନ ମହିଳାମାନେ ଜଳ କୁଣ୍ଡରୁ ମାନସିକ ଗୁଆ ଖୋଜିର ପ୍ରଥା ରହିଛି । ତେଣୁ ମହିଳାମାନେ ଭୋରୁ ସେଠାରେ ପୂଜାର୍ଚ୍ଚନା କରିବା ପାଇଁ ସେଠାରେ ପହଂଚିଥିଲେ ।
ଅନ୍ୟପକ୍ଷରେ ଭିଡକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲ ।