ନବରଙ୍ଗପୁର – ନବରଙ୍ଗପୁର ଇନ୍ଦ୍ରାବତୀ ନଦୀରୁ ଏକ ଯୁବକଙ୍କ ଶବ ମିଳିଛି।ସୁଚନାନୁସାରେ ଗତକାଲି ସନ୍ଧ୍ୟାରୁ ନବରଙ୍ଗପୁର ସହର ନୂଆବନ୍ଧ ସାହି ର ଯୁବ ଶିକ୍ଷକ ଏସ୍.କାଳିଆ ନିଖୋଜ ଥିଲେ।କିନ୍ତୁ ଆଜି ସକାଳୁ ଇନ୍ଦ୍ରାବତୀ ନଦୀ ପାଖରେ ଯୁବକଙ୍କ ରେନକୋର୍ଟ ଓ ବାଇକ ଥିବାର ଦେଖି ଲୋକେ ପୋଲିସକୁ ଖବର ଦେଇଥିଲେ।କିଛି ସମୟପରେ ଅଗ୍ନିଶମ ବାହିନୀ ନଦୀରେ ବହୁ ଖୋଜା ଖୋଜି କରିବା ପରେ ଉକ୍ତ ଯୁବକଙ୍କ ଶବ ଦେଖିବାକୁ ପାଇଥିଲେ।ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ପୋଲିସ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
Related Stories
September 19, 2024
September 19, 2024