
ନୁଆପଡା – ଲଗାଣ ବର୍ଷାରେ ଘର ଭାଙ୍ଗିଗଲା ଘର।ଏଭଳି ଅଭାବନୀୟ ଘଟଣା ଘଟିଛି ନୁଆପଡା ଜିଲ୍ଲା ସିନାପାଲି ବ୍ଲକ କରନବାହାଳୀ ପଞ୍ଚାୟତର ଡଙ୍ଗରୀଗୁଡ଼ା ଗାଁରେ। ଲଗାଣ ବର୍ଷା ହେବା ଫଳରେ ଘରର ଛପର ଉଡିବା ସହ ଘରର କାନ୍ଥ ଭୁଶୁଡି ଯାଇଛି।ଘରେ ବାସ କରୁଥିବା ଲୋକେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।ପରିବାର ଲୋକେ ନିଜ ବାସ ସ୍ଥାନ ହରାଇଥିବା ହେତୁ ଆବାସ ଯୋଜନାରେ ଘରଟିଏ ପାଇଁ ନିବେଦନ କରିଛନ୍ତି।