
ଭୁବନେଶ୍ୱର– ରବୀନ୍ଦ୍ର ନାଥ ଟାଗୋରଙ୍କ ସ୍ମୃତିଚାରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ମହାନ ଦାର୍ଶନିକ, ବରିଷ୍ଠ ସାହିତ୍ୟିକ, ଭାରତର ଜାତୀୟ ସଙ୍ଗୀତର ରଚୟିତା ତଥା ନୋବେଲ ପୁରସ୍କାର ବିଜେତା ଶ୍ରୀ ରବୀନ୍ଦ୍ର ନାଥ ଟାଗୋରଙ୍କ ପୁଣ୍ୟତିଥିରେ କୋଟି କୋଟି ପ୍ରଣାମ। ଭାରତର ଭାଷା, ସାହିତ୍ୟ ଏବଂ ସଂସ୍କୃତିକୁ ଋଦ୍ଧିମନ୍ତ କରିବାରେ ରବୀନ୍ଦ୍ର ନାଥ ଟାଗୋରଙ୍କ କାଳଜୟୀ ସୃଷ୍ଟି ଚିର ସ୍ମରଣୀୟ।