ଭୁବନେଶ୍ୱର – ଦଳୀୟ ସ୍ଥିତି ଓ ପୌର ନିର୍ବାଚନ ସମ୍ପର୍କରେ ଆଲୋଚନା କରିବାପାଇଁ କଂଗ୍ରେସ ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ସମ୍ବଲପୁର ଗସ୍ତ କରିଛନ୍ତି । ସେଠାରେ ଏହି ଆଲୋଚନା ବୈଠକ ଆରମ୍ଭ ହୋଇଛି । ସେଠାରେ ୫ ଟି ଜିଲ୍ଲାର ନେତା ଓ କର୍ମୀ ମାନେ ଏକତ୍ର ହୋଇଛନ୍ତି । ଏହି ଜିଲ୍ଲା ଗୁଡିକ ହେଲା ସମ୍ବଲପୁର , ବରଗଡ , ଦେବଗଡ, ସୋନପୁର ଓ ବଲାଙ୍ଗୀର । ପର୍ଯ୍ୟାୟ କ୍ରମେ ସେମାନଙ୍କ ସହ ଆଲୋଚନା କରୁଛନ୍ତି ଶ୍ରୀ ସିଂହ ।
ଯୁବ କଂଗ୍ରେସ ସଭାପତି ପରିବର୍ତନ ସମ୍ପର୍କରେ ସେ କହିଛନ୍ତି ଯେ ଏହି ପରିବର୍ତନ ପିସିସି କିମ୍ବା ଏଆଇସିସି କରିପାରିବ ନାହିଁ । ଏଆଇସିସି ଯୁବ କଂଗ୍ରେସ ନିକଟରେ ହିଁ ପିସିସି ଯୁବ କଂଗ୍ରେସ ସଭାପତି ନିଯୁକ୍ତ କରିବାର କ୍ଷମତା ରହିଛି । ସେହିପରି ବିଜେପିକୁ ଟାର୍ଗେଟ୍ କରି କହିଥିଲେ ଯେ ବିଜେପି ଓ ବିଜେଡି ଗୋଟିଏ ଦଳ । କେବଳ ନାଁ ଅଲଗା । ସିଏଏ ଓ ଏନଆରସିକୁ ନେଇ ବିଜେଡି ଦୁଇ ପ୍ରକାର କଥା କହୁଛି । କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇ ବିଜେଡିର ମୁଖା ଖୋଲିବ ।