ଗଞାମ, ସିନେ ଜଗତର ମହାନ ସଙ୍ଗୀତଜ୍ଞ, ଅଭିନେତା ତଥା ନିର୍ଦେଶଗଗକ ସ୍ବର୍ଗତ କିଶୋର ଦା ଙ୍କ ଜୟନ୍ତୀ ଅବସରରେ ରେଶମ ସହରର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ବହୁମୁଖୀ ସମାଜ ମଙ୍ଗଳ ଓ ସାଂସ୍କୃତିକ କେନ୍ଦ୍ର ତରଫରୁ ଏକ ସଂଗୀତ ସନ୍ଧ୍ୟା ଓ ସ୍ମୃତି ଚାରଣ ସଭାର କାର୍ଯ୍ୟକ୍ରମ ସିଦ୍ଧାର୍ଥ ନଗର ମୁଖ୍ୟ ରାସ୍ତାସ୍ଥିତ ହିମାନୀ ସେଲେବ୍ରସନ ରେ ଆୟୋଜିତ ହେଇଥିଲା | ଏଥିରେ ସଭାପତି ଡାକ୍ତର ସଙ୍କର୍ଷଣ ପାତ୍ର ଅଧ୍ୟକ୍ଷତା ସ୍ବର୍ଗତ କିଶୋର କୁମାରଙ୍କ ବହୁବିଧ ପ୍ରତିଭା ବିଶେଷ କରି ସମସ୍ତ ଶ୍ରେଣୀର ସଂଗୀତ ପରିବେଷଣର ଶୈଳୀ ଉପରେ ଆଲୋକପାତ କରି ହିନ୍ଦୀ ସିନେ ଜଗତରେ ଏକଦା ଏକ ବୈପ୍ଲବିକ ଶିହରଣ ସୃଷ୍ଟି କରିଥିଲା ବୋଲି କହିଥିଲେ | ବିଶିଷ୍ଟ ଗାୟକ ଶ୍ରୀ ଭାସ୍କର ବାଙ୍ଗାରି ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କିଶୋର କୁମାରାଙ୍କ ଅଭିନଵ ଗାୟନ ଶୈଳୀର ପ୍ରଶଂସା କରିଥିଲେ ଓ ନିଜେ ତାଙ୍କର ଦୁଇଟି ଲୋକପ୍ରିୟ ଗୀତ ପରିବେଷଣ କରିଥିଲେ | ସମ୍ମାନିତ ଅତିଥି ଭାବେ ଡାକ୍ତର ବାରିକ ଓ ଡାକ୍ତର ପଟନାୟକ ଯୋଗଦେଇ ଥିଲେ |ସମ୍ପାଦକ ଶ୍ରୀ ମହମଦ ଆସଲାମ ତାଙ୍କ ବକ୍ତବ୍ୟରେ କିଶୋର କୁମାରାଙ୍କ ଜୀବନୀ ଓ ପ୍ରତିଭା ଉପରେ ଆଲୋକପାତ କାଟିଥିଲେ | ସାଙ୍ଗଠନିକ ସମ୍ପାଦକ ଶ୍ରୀ ପାର୍ବତୀ ପ୍ରସାଦ ପାଢ଼ୀଙ୍କ ସମେତ ଶ୍ରୀମତୀ ଜୟନ୍ତୀ ପାତ୍ର, ଡା ମୀରାବାଈ ପଣ୍ଡା ଓ ସର୍ବଶ୍ରୀ ସୁଦର୍ଶନ ବିଶାୟୀ, ଇଂ ଆଶୁତୋଷ ପାତ୍ର, ଡ. କୈଳାସ ଚନ୍ଦ୍ର ତ୍ରିପାଠୀ, ଡ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚିନ୍ମୟ ପାତ୍ର ଓ ଅନ୍ୟ କିଶୋର ପ୍ରେମୀ ମାନେ ଯୋଗଦେଇ ନିଜ ନିଜର ବକ୍ତବ୍ୟ ରଖିଥିଲେ ଓ ଗୀତ ଗାଇଥିଲେ ଶେଷରେ ଶ୍ରୀ ପାର୍ବତୀ ପ୍ରସାଦ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ |
Related Stories
November 22, 2024