ଗଞ୍ଜାମ -ବିଧାୟକଙ୍କ ପାଇଁସାଧାରଣ ଲୋକର ଅଦ୍ଭୁତ ମାନସିକ ଦେଖିବାକୁ ମିଳିଛି।ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀ ର ପାତ୍ରପୁର ବ୍ଳକରେ।ସାଧାରଣ ଲୋକଟି କରିଥିବା ମାନସିକ ଅନୁସାରେ ବିଧାୟକ ଯେତିକି ଭୋଟରେ ଯିତିଲେ ସେତିକି ନଡ଼ିଆ ଭାଙ୍ଗିଲେ।ବିଧାୟକଙ୍କ ପାଇଁ 6522 ନଡିଆ ଭଙ୍ଗାଗଲା।ଚିକିଟି ନିର୍ବାଚନ ମଣ୍ଡଳୀ ସବୁବେଳେ ରାଜନୀତି କ୍ଷେତ୍ରେ ଚର୍ଚାରେ ରହି ଆସୁଥିବାବେଳେ ପୁଣି ଏବେ ମାନସିକ ନଡିଆକୁ ନେଇ ବେଶ ଚର୍ଚାରେ। ବିଜେପି ବିଧାୟକ ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ପାଇଁ ଜଣେ ବ୍ୟକ୍ତି ପାତ୍ରପୁର ସ୍ଥିତ ମା କୁଠାରୀଙ୍କ ପୀଠରେ ଏକ ଅଦ୍ଭୁତପୁର୍ବ ମାନସିକ କରିଥିଲେ। ମନୋରଞ୍ଜନ ଦ୍ୟାନ ସାମନ୍ତରା ଯେତେ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟୀ ହେବେ ସେତେ ସଂଖ୍ୟକ ନଡ଼ିଆ ମା କୁଠାରୀଙ୍କ ପୀଠରେ ଭାଙ୍ଗିବା ପାଇଁ ଜଣେ ବ୍ୟକ୍ତି ମାନସିକ କରିଥିଲେ। ନିର୍ବାଚନରେ ଚିକିଟିରେ ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ବିଜେଡି ପ୍ରାର୍ଥୀଙ୍କୁ 6522 ଖଣ୍ଡ ଭୋଟରେ ପରାସ୍ତ କରିଥିଲେ।ବ୍ୟକ୍ତି ଜଣକ ମଙ୍ଗଳବାର 6522 ଟି ନଡିଆ ଭାଙ୍ଗି ନିଜର ମାନସିକ ପୁରଣ କରିଛନ୍ତି। ବ୍ୟକ୍ତି ଜଣକ ନଡ଼ିଆ ଭାଙ୍ଗିବା ସମୟରେ ବିଧାୟକ ଙ୍କ ସ୍ତ୍ରୀ ତଥା ନାରୀନେତ୍ରୀ ମୀନା ଦ୍ୟାନ ସାମନ୍ତରା, ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ପାତ୍ରପୁର ସରପଞ୍ଚ ସଦାନନ୍ଦ ନାୟକ, ପାତ୍ରପୁର ବ୍ଳକ ଉପାଧ୍ୟକ୍ଷ ଅନାଦି ଚରଣ ପଣ୍ଡିତ, ସାମନ୍ତିଆପଲ୍ଲୀ ସମିତିସଭ୍ୟ ପ୍ରଶାନ୍ତ ସାହୁ, ଜୟନ୍ତୀପୁର ସମିତିସଭ୍ୟ ବାଲାଜୀ ପାଢ଼ୀ, ଉପସ୍ଥିତ ରହିଥିଲେ।
Related Stories
September 19, 2024
September 19, 2024