ନୂଆଦିଲ୍ଲୀ, ପଡୋଶୀ ଦେଶ ବାଂଲାଦେଶରେ ହିଂସା ଓ ବଦଳୁଥିବା ରାଜନୈତିକ ପରିସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ସରକାରୀ ବାସଭବନରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ହୋଇଥିବା ସୁରକ୍ଷା ମାମଲାର କ୍ୟାବିନେଟ କମିଟିର ଏହି ଉଚ୍ଚସ୍ତରୀୟ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶଶହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବ୍ୟତୀତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
ବୈଠକରେ ବାଂଲାଦେଶର ପରିସ୍ଥିତି ଉପରେ ମାନସ ମନ୍ଥନ ହୋଇଥିଲା । ଏହି ଅବସରରେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭାରତ ଆସିଥିବା ଶେଖ୍ ହସିନାଙ୍କ ସହିତ ହୋଇଥିବା ବୈଠକ ସଂପର୍କରେ ସୂଚନା ପ୍ରଦାନ କରିଥିଲେ ।