ଭୁବନେଶ୍ୱର- ପୁରୀ ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପି୍ରମକୋର୍ଟ ପ୍ରଦାନ କରିଥିବା ନିଦେ୍ର୍ଧଶ ପାଳନ କରିବାକୁ ରାଜ୍ୟ ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରିଛନ୍ତି । ମୁଖ୍ୟମନ୍ତ୍ରୀ ତଥା ୫ -ଟି ସଚିବ ସୁପ୍ରିମ୍କୋର୍ଟଙ୍କ ନିଦେ୍ର୍ଧଶକୁ ପାଳନ କରନ୍ତୁ ଏବଂ ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତୁରନ୍ତ ନିଯୁକ୍ତି ଦିଅନ୍ତୁ ବୋଲି କଂଗ୍ରେସ ଦାବି କରିଛି ।ସେ କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନାକୁ ନେଇ ମାନ୍ୟବର ସୁପ୍ରିମ୍କୋର୍ଟଙ୍କ ନିକଟରେ ଦାୟର ହୋଇଥିବା – ‘ମୃଣାଳିନୀ ପାଢୀ ବନାମ ୟୁନିଅନ୍ ଅଫ ଇଣ୍ଡିଆ’ ମୋକଦ୍ଧମାରେ ସର୍ବୋଚ୍ଚ ଅଦାଲତ ୪ ନଭେମ୍ବର ୨୦୧୯ ର ନିଦେ୍ର୍ଧଶ ଅନୁଯାୟୀ ରାଜ୍ୟ ସରକାର ଜଣେ ପୂର୍ଣ୍ଣକାଳୀନ ଶ୍ରୀମନ୍ଦିର ପ୍ରଶାସକଙ୍କୁ ତତ୍କ୍ଷଣାତ୍ ନିଯୁକ୍ତି ପ୍ରଦାନ କରିବେ, ଯିଏକି ଅନ୍ୟ କୌଣସି ବିଭାଗର ଦାୟିତ୍ୱରେ ରହିପାରିବେ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟକୁ ରାଜ୍ୟ ସରକାର ଜାଣିଶୁଣି ଅବମାନନା କରିବା ସହିତ ଏହାକୁ ଚାପି ରଖିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ସାମ୍ବାଧାନିକ ପଦବୀର ଅଧିକାରୀ ହୋଇ ମଧ୍ୟ କିଭଳି ଏହାକୁ ଦୀର୍ଘ ୨ ମାସରୁ ଉଦ୍ଧ୍ୱର୍ ସମୟ ଧରି ଅନୁପାଳନ କରୁନାହାନ୍ତି ।୫- ଟି ସଚିବ ନିକଟ ଅତୀତରେ ତାଙ୍କର ବକ୍ତବ୍ୟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ପୁରୀ ଯିବା ରାସ୍ତାରେ ଶୋଭା ପାଉଥିବା ବିଭିନ୍ନ ସ୍ଥାନରେ ଜଗନ୍ନାଥଙ୍କ ଫଟୋକୁ ପ୍ରଣାମ କରୁଥିବା ସେ ଦେଖିବାକୁ ପାଇଥିଲେ । ଏଠାରେ ପ୍ରଶ୍ନ ଉଠେ ରାସ୍ତାରେ ବିଭିନ୍ନ ବିଜ୍ଞାପନରେ ଥିବା ପ୍ରଭୁ ଜଗନ୍ନାଥଙ୍କ ଫଟୋ ପ୍ରତି ମୁଖ୍ୟମନ୍ତ୍ରୀଙ୍କର ଏତେ ଭକ୍ତି ଥିବା ସତ୍ୱେ ଶ୍ରୀମନ୍ଦିରର ସୁପରିିଚାଳନା ନିମନ୍ତେ ମାନ୍ୟବର ସୁପି୍ରମ୍କୋର୍ଟଙ୍କ ନିଦେ୍ର୍ଧଶକୁ ତତ୍କ୍ଷଣାତ କାର୍ଯ୍ୟକାରୀ କରାଇବା ପରିବର୍ତେ ମାସ ମାସ ଧରି ସମୟ ଗଡାଇବା କାହା ସ୍ୱାର୍ଥରେ? ବର୍ତମାନ ଶ୍ରୀମନ୍ଦିର ପ୍ରଶାସନର ପରିଚାଳନା ପାଇଁ ଅତିରିକ୍ତ ଦାୟିତ୍ୱରେ ଥିବା ପୂର୍ତ ସଚିବଙ୍କ ନିଯୁ୍କ୍ତି ସଂପୂର୍ଣ୍ଣ ଭାବରେ ମାନ୍ୟବର ସୁପି୍ରମ୍କୋର୍ଟଙ୍କ ନିଦେ୍ର୍ଧଶର ଅବମାନନା ଅଟେ ଏବଂ ତାଙ୍କ ଦ୍ୱାରା ନିଆଯାଇଥିବା ପ୍ରତ୍ୟେକ ନୀତିଗତ ନିଷ୍ପତି ବାତିଲ ଓ ବ୍ୟର୍ଥ (ନଲ୍ ଆଣ୍ଡ ଭଏଡ୍) ଭାବରେ ପରିଗଣିତ ହେବ ବୋଲି ସେ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀରେ ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।