ହରିଚନ୍ଦନପୁର, କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍ ବରେଇଗୋଡା ପଞ୍ଚାୟତ ଅନ୍ତର୍ଗତ ତାଳପଦାର ଗୁମୁଡ ସାହିର ବାଇର ଜୁଆଙ୍ଗ ଏବଂ ଜିରା ଜୁଆଙ୍ଗ ଏମାନଙ୍କର ନା ଆଗକୁ କିଏ ଅଛି ନା ପଛକୁ କିଏ ଅଛି । କେବଳ ଗୋଟିଏ ଝିଅ ଅଛି ଯଦିଓ ତାହାର ବିବାହ ପରେ ଦମ୍ପତିଙ୍କ କଥା କେହି ବୁଝିବା ପାଇଁ ନାହାନ୍ତି । ବୟସ ଅପରାହ୍ନରେ ଆଉ କାମଧନ୍ଦା ନକରି ପାରିବାରୁ କେବଳ ସରକାରୀ ସହାୟତା ବାଇର ଜୁଆଙ୍ଗଙ୍କ ଭତ୍ତା ଟିକକ ଓ ରାସନ ଚାଉଳକୁ ନେଇ ଚଳୁଛନ୍ତି । ସରକାରୀ ଆବାସ ଏମାନଙ୍କ ପାଇଁ ସାତସପନ ହୋଇପଡ଼ିଥିବା ବେଳେ ଭଲ ଘର ଖଣ୍ଡିଏ ନଥିବାରୁ ଚାଳ କୁଡ଼ିଆରେ ଜରିପାଲ ଟାଣି ଅତି ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ପକ୍କା ଘର ଖଣ୍ଡିଏ ପାଇଁ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ନେତା ପର୍ଯ୍ୟନ୍ତ ବାରମ୍ବାର ଗୁହାରି କଲେଣି ସତ ହେଲେ କେହି ଏମାନଙ୍କ ଦୁଃଖ ବୁଝୁନଥିବା ପ୍ରକାଶ କରିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଯଥା ସମ୍ଭବ ସରକାରୀ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇଛି ।
Related Stories
November 22, 2024