ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି କୁକୁଡାଖଣ୍ଡି ବ୍ଲକ ରୋହିଗାଁ ପଞ୍ଚାୟତ ର ନଳିହାଡ ଗ୍ରାମରେ କିଛି ଯାନ୍ତ୍ରୀକ କର୍ମଚାରୀ ଏନଜିଓ ରେ ଆସିଥିବା ପାଇଖାନା କାମ ଗୁଡିକୁ ଟେଣ୍ଡର ମାଧ୍ୟମରେ କାମ କରାଉଥିବାର ଦେଖିବାକୁ ମେଳୁଛି l ପାଇଖାନା ଗୁଡିକୁ ନ୍ନିମ ମାନର କାମକରି କଣ୍ଟାଟର ମାନେ 12,000 ଟଙ୍କା କୁ ଚୂନ ଲଗାଇବାରେ ଲାଗିଛନ୍ତି l ରୋହୀଗାଁ ଗ୍ରାମ ପଞ୍ଚାୟତ ର ପ୍ରାୟତ ପାଇଖାନା ଗୁଡିକ ଏତେ ନ୍ନିମ ମାନର କାମ ହୋଇଥିବା ଦେଖିବାକୁ ମେଳୁଛି l ଏପଟେ ଲୋକମାନେ ପାଇଖାନା ଘର ମାନଙ୍କ ରେ କରିବାପାଇଁ ପଛଘୁଞ୍ଚା ଦେଉଛନ୍ତି କାହିଁକିନା ପାଇଖାନା କରିବା ପାଇଁ ଯେତିକି ପରିମାଣର ସିମେଣ୍ଟ, ବାଲି, ପଥର ଲାଗିବା କଥା ସେତିକି ଲଗାଉ ନାହାନ୍ତି l ପାଇଖାନା କରୁଥିବା ମିସ୍ତ୍ରୀ ଙ୍କୁ ପଚାରି ବୁଝିବାରୁ ଗୋଟିଏ ପାଇଖାନା କରିବା ପାଇଁ 14ଟି ବାଲି ରେ ଗୋଟିଏ ସିମେଣ୍ଟ ବସ୍ତା ମିଶାଯାଚି ବୋଲି କହୁଚନ୍ତି ଏବଂ ପୁନାସ ବାବଦକୁ ଗୋଟିଏ ଗୋଟିଏ ପଥର ପକାଯାଉଚି ବୋଲି କହିଚନ୍ତି lମୁନା ନାମକ କଣ୍ଟାକଟର ରୋହିଗାଁ ପଞ୍ଚାୟତ ର ପାଇଖାନା ଗୁଡିକୁ ଟେଣ୍ଡର ଆଣିବାର ଜଣାପଡ଼ିଚି l ମୁନାକୁ ପଚାରି ବୁଝିବାରୁ ଏଭଳି କାମ କରିବାପାଇଁ ଯାନ୍ତ୍ରିକ କର୍ମ ଚାରି କହିଛନ୍ତି ବୋଲି ସଫାଈ ଦେଇଛନ୍ତି l ଯାନ୍ତ୍ରିକ କର୍ମ ଚାରି ଙ୍କୁ ପଚାରି ବାରୁ ସେ ଏବିଷୟରେ କିଛି କହିପାରିବେନି ବୋଲି ସିଧା ସଳଖ କେମେରା ଆଗରେ ମନା କରିଛନ୍ତି l ସ୍ବଛ ଭାରତ ଅଭିଯାନ ରେ କେତେ ଯେ ସ୍ୱଛତା ଏହି ସରକାରୀ ବାବୁ ମାନେ ତାହା ଏହାର ସତ୍ୟା ସତ୍ୟ ସାମ୍ନାକୁ ଆସୁଛି ପାଇଖାନା ପାଇଁ ଆସୁଥିବା ଅର୍ଥ କୁ କେତେ ନିଷ୍ଠୁର ଭାବେ ଖାଇ ହଜମ କରିପାରୁଛନ୍ତି ଏଥିରେ ନିମ୍ନ ଥିବା କର୍ମକର୍ତା ମାନେ ଏବଂ ପାଇଖାନା କରାଇବା ପାଇଁ ଶୁଣାଯାଉଛି ଲୋକଙ୍କ ଠୁ ଲାଞ୍ଚ ଦୁଇହଜାର ମଗାଯାଉଛି ନଦେଲେ ପାଇଖାନା ବିଲ ହବନି ବୋଲି ଧମକ ଦେଉଛନ୍ତି l ଏନେଇ ସତ୍ୟତା ଜାଣିବାକୁ BDO ଙ୍କୁ ପଚାରିବାରୁ ସେ କହିଛନ୍ତି ମୁ ଏହି ବିଷୟରେ କିଛି ଜାଣିନି ମୁ ଅନୁସନ୍ଧାନ କରିକହିବି, ଅନୁସନ୍ଧାନ ର ବାଟକୁ ଚାହିଁ ବସିଛନ୍ତି ହିତାଧିକାରୀ l ଏପଟେ ଭାରତ ସରକାର ଙ୍କ ସ୍ୱଚ୍ଛଭାରତ ଅଭିଯାନ କେତେ ଦୂର ସଫଳତା ହୋଇଛି ତାହା ପୁରା ସମାନକୁ ଆସୁଛି, ଏହି ସ୍ୱଚ୍ଛ ଭାରତ ପାଇଁ ବହୁ ସାରା ପଞ୍ଚାୟତ ରେ ଦେଖିଥିଲୁ ପାଇଖାନା ନାହିଁତ ରାସନ ନାହିଁ, ପ୍ଲାଷ୍ଟିକ ଏକ କେଜି କୁ ଆଳୁ କିଲେ କିନ୍ତୁ ଏହି ବ୍ଲକ ସବୁ ଓଲଟା l ଦେଖାଯାଉ କେବେ ସୁଧାରୁଛନ୍ତି ଏହି ସରକାରୀ କର୍ମଚାରୀ ମାନେ ତାହା ସମୟ କହିବ l
Related Stories
November 23, 2024