ଭୁବନେଶ୍ଵର, ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ବୌଦ୍ଧ ଜିଲ୍ଲାର ବୌଦ୍ଧଗଡ଼ରେ ସର୍ବାଧିକ ୧୪୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ସୋନପୁର ଜିଲ୍ଲାର ଉଲୁଣ୍ଡାରେ ୧୩୭.୦ ମି.ମି., ବୀରମହାରାଜପୁରରେ ୧୧୧.୦ ମି.ମି., ବିନିକାରେ ୧୦୬.୦ ମି.ମି., ସୋନପୁରରେ ୯୭.୬ ମି.ମି., ବୌଦ୍ଧ ଜିଲ୍ଲାର କଂଟାମାଳରେ ୮୪.୪ ମି.ମି., ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୮୨.୦ ମି.ମି., ବୌଦ୍ଧ ଜିଲ୍ଲାର ଖଇରମାଳରେ ୭୪.୬ ମି.ମି., ବରଗଡ଼ ଜିଲ୍ଲାର ଅତାବିରାରେ ୬୮.୦ ମି.ମି., ଅନୁଗୁଳ ଜିଲ୍ଲାର ଆଠମଲ୍ଲିକରେ ୬୬.୧ ମି.ମି., କନ୍ଧମାଳ ଜିଲ୍ଲାର ଫୁଲବାଣୀରେ ୬୬.୦ ମି.ମି., କଳାହାଣ୍ଡି ଜିଲ୍ଲାର ମଦନପୁର-ରାମପୁରରେ ୬୫.୦ ମି.ମି. ଏବଂ କର୍ଲାମୁଣ୍ଡାରେ ୬୫.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।
Related Stories
September 19, 2024
September 19, 2024