ଭୁବନେଶ୍ୱର– ପୋଲାଭରମ କ୍ଷତିଗସ୍ତ ଅଂଚଳ ବୁଲିବ ବିଜେଡି ଟିମ୍ । ଏଥିପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକ ଟିମ୍ ଗଠନ କରିଛନ୍ତି । ଅତନୁ ସବ୍ୟସାଚୀ ନାୟକଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଟିମରେ ରହିଛନ୍ତି ଦେବୀ ପ୍ରସାଦ ମିଶ୍ର, ପ୍ରଦୀପ ମାଝୀ, ଭୃଗୁ ବକ୍ସିପାତ୍ର ଓ ସ୍ଥାନୀୟ ଅଂଚଳର ବିଜେଡି ନେତା । ଏହି ଟିମ୍ ମାଲକାନଗିରିର ମୋଟୁ ଅଂଚଳ ପରିଦର୍ଶନ କରି ସୁପ୍ରିମୋଙ୍କୁ ରିପୋର୍ଟ ଦେବେ ।
ଏସମ୍ପର୍କରେ ଟିମ୍ ର ସଦସ୍ୟ ପ୍ରଦୀପ ମାଝୀ କହିଛନ୍ତି ଯେ ମାଲକାନଗିରି ଲ୍ଲ୍ଷାର ସୁରକ୍ଷା ପାଇଁ ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଏକ କମିଟି ଗଠନ ହୋଇଛି । ଏହି କମିଟି ଖୁବ୍ ଶୀଘ୍ର ମାଲକାନଗିରି ଜିଲ୍ଲାର ମୋଟୁ ଯାଇ ପ୍ରଭାବିତ ଅଂଚଳ ପରିଦର୍ଶନ କରି ସବିଶେଷ ତଥ୍ୟ ସଭାପତିଙ୍କୁ ପ୍ରଦାନ କରିବ । ବିଜେପି ସରକାର ପୋଲାଭରମ୍ ପ୍ରକଳ୍ପ ପାଇଁ ଅନୁଦାନ ଦେଇଛନ୍ତି ଯାହାଦ୍ୱାରା ମାଲକାନଗିରିର ମୋଟୁ ଓ ପଡିଆ ଅଂଚଳ ସମ୍ପୂର୍ଣ୍ଣ ବୁଡି ଯିବାର ସମ୍ଭାବନା ରହିଛି । ବିଜୁ ଜନତା ଦଳ ଏଥିପାଇଁ ଚିନ୍ତା ପ୍ରକଟ କରିଛି । ମାଲକାନଗିରି ଜିଲ୍ଲା ପାଇଁ ଓ ଓଡିଶା ପାଇଁ ଲଢେଇ ଆଗକୁ ନେବାକୁ ବିଜେଡି ନିଷ୍ପତି ନେଇଛି ।