
ଭଞ୍ଜନଗର- ଭଞ୍ଜନଗର ମାଲସାହି ର ଶେଷ ମୁଣ୍ଡରେ ଥିବା ଲୋହରାଖଣ୍ଡି ନଦୀ ରୁ ଏକ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ କିଛି ଲୋକ ନଦୀକୁ ଗାଧେଇବାକୁ ଯାଇଥିଲେ ପାଣିରେ ଏକ ମୃତଦେହ ଭାସୁଥିବା ଦେଖି ପୋଲିସ କୁ ଖବର ଦେଇଥିଲେ ।ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠେଇଛି। ମୃତ ମହିଳାଙ୍କ ର କୌଣସି ପରିଚୟ ମିଳି ନ ଥିବାରୁ ପୋଲିସ ତଦନ୍ତ ଚଳେଇଛି।