ମାଲକାନଗିରି, ମାଲକାନଗିରି ମହାବିଦ୍ୟାଳୟ ବାଣିଜ୍ୟ ବିଭାଗ ତରଫରୁ ବିଶ୍ଵ ବାଣିଜ୍ୟ ଦିବସ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ରଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଛି l ମୁଖ୍ୟ ଅତିଥି ରୂପେ ମାଲକାନଗିରି ବଣିକ ସଙ୍ଘ ସଭାପତି ସୁରେଶ ସୋମାନୀ ଯୋଗଦାନ କରି “ବାଣିଜ୍ୟେ ବସତେ ଲକ୍ଷ୍ମୀ” ବାଣିଜ୍ୟ ଶିକ୍ଷାର ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ l ବାଣିଜ୍ୟ ବିଭାଗର ମୁଖ୍ୟ ଡକ୍ଟର ରଞ୍ଜନ କୁମାର ସ୍ବାଇଁ ସଭା ପରିଚାଳନା କରିବା ସହ ଆଜିର ଦିବସ ଉପରେ ସମ୍ପୂର୍ଣ୍ଣ ବିବରଣୀ ପାଠ କରିଥିଲେ l ଅଧ୍ୟାପିକା ଆରତୀ ଲୁଗୁନ ଅତିଥି ପରିଚୟ ପ୍ରଦାନ କରିଥିଲେ l ସଭା ଆରମ୍ଭରେ ମା ଲକ୍ଷ୍ମୀ ଠାକୁରାଣୀଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା l କାର୍ଯ୍ୟକ୍ରମରେ ସୁରେଶ କରସୁଦାର ଏବଂ ଶ୍ରୟଶ୍ରୀ ଗୋଲଦାର ଆଲୋଚନା ଚକ୍ରରେ ଭାଗ ନେଇଥିଲେ l
ଏହି ଅବସରରେ ପୂର୍ବତନ ଛାତ୍ର ଦେବବ୍ରତ ସାନା, ରବି ରାଜେଶ, ବସନ୍ତ ନାୟକ, ସପନ ଯାନୀ ଯୋଗଦାନ କରି ନିଜର ଅନୁଭୂତି ବଖାଣି ଥିଲେ l ୨୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ। ସମସ୍ତ ଛାତ୍ରଛାତ୍ରୀ କିଭଳି ମାଲିକ ହେବେ ତାହା ସଂକଳ୍ପ କରିଥିଲେ l ଦେବବ୍ରତ ସାନା ସେ ନିଜେ କିଭଳି ବିଶିଷ୍ଟ ବ୍ୟବସାୟୀ ହୋଇ ପାରିଲେ ନିଜର କାହାଣୀ ବଖାଣି ଥିଲେ l କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଅଧ୍ୟାପିକା ଦିପ୍ତୀରେଖା ମିଶ୍ର, ସ୍ନିଗ୍ଧା ସିକଦାର ସହଯୋଗ କରିଥିଲେ l ସଭା ଶେଷରେ ବି. ଗୁପ୍ତେଶ୍ଵର ରାଓ ଧନ୍ୟବାଦ ଅର୍ପଣ କରିଥିଲେ l