କନ୍ଧମାଳ , ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟ ର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଏକ ୧୩ ଵର୍ଷିଆ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ବିଚାର କରି ମାମଲାର ୧୭ ଜଣ ସାକ୍ଷୀ, ପିଡିତାଙ୍କ ବୟାନ ଓ ଡ଼ାକ୍ତରୀ ରିପୋର୍ଟ ଆଧାରରେ ବିଚାର କରି ଅଭିଯୁକ୍ତ ରୁପକ ଦିଗାଲ (୩୫) କୁ ଦୋଷୀ ସାବ୍ୟସ୍ତ କରି ୧୦ ଵର୍ଷ ସଶ୍ରମ କାରାଦଣ୍ଡ ୯ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅନାଦେୟ ତାକୁ ଆଉ ଅଧିକ ଏକ ବର୍ଷ ନଅ ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ମାମଲାକୁ ସରକାରଙ୍କ ତରଫରୁ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ର ସ୍ଵତନ୍ତ୍ର ପି.ପି. ବନମାଳୀ ବେହେରା ମାମଲା ପରିଚାଳନା କରୁଥିଲେ।
ଗତ ୨୦୨୧ ମସିହା ମାର୍ଚ୍ଚ ୨୫ ତାରିଖ ରେ ପିଡିତା ତାର ପରିବାର ସହ ଗାଁ ରେ ହେଉଥିବା ଯାତ୍ରା ଦେଖିବାକୁ ଯାଇଥିଲା। ରାତି ୧୦ଟା ବେଳେ ଘରକୁ ଫେରି ପୁନର୍ବାର ଅଭିଯୁକ୍ତର ବାପାଙ୍କ ସହ ଯାତ୍ରା ଦେଖିବାକୁ ଯାଇଥିଲା । ରାସ୍ତାରେ ଯିବା ସମୟରେ ଅଭିଯୁକ୍ତ ତାକୁ ଟାଣି ଟାଣି ନିକଟରେ ଥିବା ଏକ ଜଙ୍ଗଲକୁ ନେଇ ତା ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ। ପିଡୀତା କୌଣସି ପ୍ରକାରେ ଅଭିଯୁକ୍ତ ପାଖରୁ ଖସି ଯାଇ ଜେଜେମା ଘରକୁ ଦୌଡି ପଇଥିଲା ଏବଂ ଭୟରେ କାହାକୁ କିଛି କହିନ ଥିଲା ଯେହେତୁ ଅଭିଯୁକ୍ତ ଏ କଥା କାହାରିକୁ କହିଲେ ଜୀବନରେ ମାରିଦେବି ଵୋଲି ଧମକ ଦେଇଥିଲେ। ଘରେ ଥିବା ବେଳେ ମଧ୍ୟ ଅଭିଯୁକ୍ତ ଅନେକ ଥର ପୀଡ଼ିତାକୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। କିଛି ଦିନ ପରେ ପିଡିତା ମାଆଙ୍କୁ ଏସବୁ ଘଟଣା କହିଵାରୁ, ମାଆର ପରାମର୍ଶକ୍ରମେ କ.ନୁଆ ଗାଁ ରେ ଲିଖିତ ଅଭିଯୋଗ କରିଥିଲା। ଏହି ଅଭିଯୋଗ ଅନୁଯାୟୀ ଥାନାଧିକାରୀ ଏକ ମାମଲା ୧୧୦/୩୦.୧୨.୨୦୨୧ ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟରେ ହାଜର କରାଇଥିଲେ। ଆଜି ସେହି ମାମଲାର ବିଚାର କରି ଉପରୋକ୍ତ ରାୟ ଶୁଣାଇଛନ୍ତି।