ମାଲକାନଗିରି, ମାଲକାନଗିରି ବିଧାୟକ ନରସିଂହ ମାଡକାମି ଆଜି କାଲିମେଳା ବ୍ଲକ ଗ୍ରସ୍ତ ରେ ଭାଇଙ୍କ କାଲିମେଳା ତହସିଲ କାର୍ଯ୍ୟାଳୟକୁ ଯାଇ ପ୍ରଥମେ ତହସିଲଦାରଙ୍କ ସହ ଭୂମିହୀନ ମାନଙ୍କୁ ତୁରନ୍ତ ପଟ୍ଟା ପ୍ରଦାନ କରିବା ପାଇଁ ଆଲୋଚନା କରିଥିଲେ। ପରେ କାଲିମେଳା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ସେଠାରେ ବିଭିନ୍ନ ୱାର୍ଡ ବୁଲି ରୋଗୀ ମାନଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସମ୍ପର୍କରେ ବୁଝିଥିଲେ ଏବଂ ସ୍ଵାସ୍ଥ୍ୟକେନ୍ଦ୍ରର ଡାକ୍ତରଙ୍କ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ। ସେହିପରି ତେଲେରାଇ ପଞ୍ଚାୟତରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ତତ ସହ କାଲିମେଳା ଗୋଷ୍ଠୀ ଉନୟନ୍ନ ଅଧିକାରୀ ପ୍ରଶାନ୍ତ କରଙ୍କ ସହ ମିଶି ତେଲେରାଇ ଫାଇଭ-ଟି ବିଦ୍ୟାଳୟ ପରିଦର୍ଶନ କରି ପ୍ରଧାନଶିକ୍ଷକଙ୍କ ସହ ବିଦ୍ୟାଳୟରେ ଥିବା ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।
ଏହି ଅବସରରେ ବିଧାୟକ ପ୍ରତିନିଧି ନିହାର ରାୟ ଓ କାଲିମେଳା ବ୍ଲକର ବିଧାୟକ ପ୍ରତିନିଧି ହରବିଳାସ ମଣ୍ଡଳ ଏବଂ ବ୍ଲକର ମଣ୍ଡଳ ସଭାପତି ରତ୍ନାକର ପାଣିଗ୍ରାହୀ,ମାଲାଭରମ ମଣ୍ଡଳ ସଭାପତି ନାରାୟଣ ସରକାର, ଜିଲ୍ଲା ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ସୁମନ୍ତ ରାୟ, ନିହାର ରାୟ, କାର୍ତ୍ତିକ ଦେବନାଥ ଓ ବିଜେପିର ସମସ୍ତ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।