କନ୍ଧମାଳ,ସୋମବାର ସ୍ଥାନୀୟ ବନାନୀ କଳା ସଙ୍ଗମ ପରିସରରେ ରାଜ୍ୟ ସ୍ତରୀୟ ରଗବି ଫୁଟବଲ ଟୁର୍ନାମେଣ୍ଟ ଆୟୋଜନ ନିମନ୍ତେ କ୍ରୀଡ଼ାବିତ, ବୁଦ୍ଧିଜୀବୀ, ଓ କ୍ରୀଡ଼ାପ୍ରେମୀ ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ସଭାରେ କ୍ରୀଡ଼ାବିତ, ତଥା ଆସର୍ଟ ସମ୍ପାଦକ ମହମଦ ଜିଆ ଉଦିନ, ଅବସରପ୍ରାପ୍ତ କାମାଣ୍ଡେଣ୍ଟ ତଥା ବୁଦ୍ଧିଜୀବୀ ନବୀନ କିଶୋର ପଣ୍ଡା, ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ାବିତ ନାରାୟଣ ସାହୁ ପ୍ରମୁଖ ଯୋଗ ଦେଇ ଜିଲ୍ଲାରେ ରଗବି ଫୁଟବଲ ର ପ୍ରଚାର ପ୍ରସାର ପାଇଁ ଆସନ୍ତା ସେପ୍ଟେମ୍ବର ମାସ ଦ୍ବିତୀୟ ସପ୍ତାହରେ ଫୁଲବାଣୀ ଠାରେ ଜି. ଉଦୟଗିରିର ଆସର୍ଟ ସ୍ବେଛାସେବୀ ଅନୁଷ୍ଠାନ ସହଯୋଗରେ ୧୨ ବର୍ଷରୁ କମ ରାଜ୍ୟ ସ୍ତରୀୟ ରଗବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ ନିମନ୍ତେ ମତ ରଖିଥିଲେ l ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଇଂ. ଅବନୀ କଂହର, ସନ୍ତୋଷ ଡିଗାଲ, ଅଶୋକ ମହାନ୍ତି, ସନାତନ ପ୍ରଧାନ, ରଗବି ଖେଳାଳି ଅର୍ଚିତା ପ୍ରଧାନ, ଶର୍ମିଲା ପ୍ରଧାନ, ଉଥପ ପ୍ରଧାନ ସଂଗୀତଜ୍ଞ ତଥା ସିନେ ଅଭିନେତା ଜଳନ୍ଧର କଂହର, ରଂଜିତ ଡିଗାଲ, ଅମୀୟ ନାୟକ ପ୍ରମୁଖ ଯୋଗଦେଇ ସୁଚିନ୍ତିତ ମତବ୍ୟକ୍ତ କରିବା ସହ ରାଜ୍ୟ ସ୍ତରୀୟ ଟୁର୍ନାମେଣ୍ଟ ଆୟୋଜନ ପାଇଁ ଜିଲ୍ଲା ସ୍ତରୀୟ ପରିଚାଳନା କମିଟି ଗଠନ ପାଇଁ ଏକ କମିଟି ଗଠନ ପାଇଁ ମତ ଦେଇଥିଲେ l
ଜିଲ୍ଲା ଆୟୋଜକ କମିଟିର ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ସୁନିଲ ପଟ୍ଟନାୟକ, ଉପସଭାପତି ବରିଷ୍ଠ ସାମ୍ବାଦିକ ତଥା ପିପୁଲସ ଫୋରମ ସଭାପତି ରାଧା ମୋହନ ମହାପାତ୍ର, ସିନେ ଆର୍ଟିଷ୍ଟ ତଥା କ୍ରୀଡ଼ାପ୍ରେମୀ ଜଳନ୍ଧର ବେହେରା, ସାଧାରଣ ସମ୍ପାଦକ ତଥା ଆବାହକ ମହମଦ ଜିଆ ଉଦିନ ଅହମଦ ଓ ସହ ସମ୍ପାଦକ ଭାବେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା, ଅଶୋକ ମହାନ୍ତି ମନୋନୀତ ହୋଇଥିବା ବେଳେ କୋଷାଧ୍ୟକ୍ଷ ଭାବେ ଯୁବ
ଆଦିବାସୀ ନେତା ସମୀର ଘଟlଲ, ସଂଗଠନ ସମ୍ପାଦକ ଭାବେ ସାମ୍ବାଦିକ ରଞ୍ଜିତ ଡିଗାଲ ମନୋନୀତ ହୋଇଛନ୍ତି l ସେହିପରି ଉପଦେଷ୍ଟା ଭାବେ ଅବସରପ୍ରାପ୍ତ କମାଣ୍ଡାଣ୍ଟ ନବୀନ ପଣ୍ଡା, ରୋଟାରୀଆନ ଜ୍ଞାନ ରଞ୍ଜନ ଦୋରା, ବରିଷ୍ଠ ସାମ୍ବାଦିକ ତଥା କ୍ରୀଡ଼ାବିତ ନାରାୟଣସlହୁ, କ୍ରୀଡ଼ାବିତ ତଥା ସହର ବଣିକ ସଂଘ ସଭାପତି ଅଶୋକ ପଟନାୟକ, ବରିଷ୍ଠ ସାମ୍ବାଦିକ ସନ୍ତୋଷ ଡିଗାଲ ପ୍ରମୁଖ ଉପଦେଷ୍ଟା ଭାବେ ମନୋନୀତ ହୋଇଛନ୍ତି l
ସଭାପତି ସୁନିଲ ପଟନାୟକ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଟୁର୍ନାମେଣ୍ଟ ର ସଫଳତା କାମନା କରିଥିଲେ l ଶେଷରେ ସହସମ୍ପାଦକ ପ୍ରଶାନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧିଜୀବୀ, କ୍ରୀଡ଼ାବିତ, କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ l