କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସୁରଜମଲ ସାହା ମହାବିଦ୍ୟାଳୟ ପୁରୀ ସହରର ପ୍ରତିଷ୍ଠିତ ମହାବିଦ୍ୟାଳୟ ଭାବରେ ଜଣାଶୁଣା । ଏହି ମହାବିଦ୍ୟାଳୟ ରେ ୨୫୦୦ରୁ ଉର୍ଦ୍ଧ୍ବ ବିଦ୍ୟାର୍ଥୀ ପଢୁଛନ୍ତି । ନୂଆ ଓ ଜରିଆରେ ନୂତନ ଶୈକ୍ଷୀକ ଗୃହ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ସାଢେ଼ ୩ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । କିନ୍ତୁ ଦୁଃଖର ବିଷୟ ସ୍ଥାନୀୟ ଅସାମାଜିକ ବ୍ୟକ୍ତିଙ୍କ ପ୍ରାଦୁର୍ଭାବ ପାଇଁ କାମ ଅଟକି ରହିଛି । ଯାହାଫଳରେ ଆବଶ୍ୟକୀୟ ଗୃହର ନିର୍ମାଣରେ ବାଧାପ୍ରାପ୍ତ ହେଉଛି । ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପୁରୀ ନଗର ତରଫରୁ ପରିସର ମଧ୍ୟ ରେ ଦସ୍ତଖତ ଅଭିଯାନ କରି ଜିଲ୍ଲାପାଳ ମହୋଦୟ ଙ୍କୁ ଭେଟିବା ସହିତ ଯଥାଶୀଘ୍ର ଏହାର ସମାଧାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛି ।
ଏଥିରେ ବିଭାଗ ସଂଯୋଜକ ଲିଟୁନ ଦାସ, ଶିବାନନ୍ଦ ପାଢ଼ୀ, ତଥା ସୁରଜମଲ ସାହା ମହାବିଦ୍ୟାଳୟର ବିଦ୍ୟାର୍ଥୀ ମାନେ ଉପସ୍ଥିତ ଥିଲେ ।
Related Stories
November 12, 2024
November 12, 2024