ନୂଆଦିଲ୍ଲୀ– କେନ୍ଦ୍ର ସରକାର ୱାକଫ ଅଧିନିୟମରେ ବଡ ପରିବର୍ତନ କରିବାକୁ ଯାଉଛନ୍ତି । ସୂତ୍ର ମୁତାବକ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଧିନିୟମରେ ପରିବର୍ତନକୁ ଶୁକ୍ରବାର ହୋଇଥିବା କେନ୍ଦ୍ର ମନ୍ତ୍ରିମଣ୍ଡଳ ବୈଠକରେ ମଂଜୁରୀ ପ୍ରଦାନ କରିଛି । ଏହି ବିଧେୟକ ଦ୍ୱାରା ୱାକଫ ବୋର୍ଡ କୌଣସି ବି ସଂପତିକୁ ୱାକଫ ସଂପତି ଘୋଷଣା କରିବା ଏବଂ ତାହା ଉପରେ ନିୟନ୍ତ୍ରଣ କରୁଥିବା ଶକ୍ତି ଉପରେ ଅଂକୁଶ ଲଗାଯିବ । ବିଧେୟକ ମାଧ୍ୟମରେ କରାଯାଉଥିବା ଏହି ପରିବର୍ତନରେ କେନ୍ଦ୍ର ସରକାର ବୋର୍ଡର ଶକ୍ତିକୁ କମ୍ କରିବେ । ୱାକଫର ସଂପତି ଘୋଷଣା କରିବା ପୂର୍ବରୁ ତାର ଅନିବାର୍ଯ୍ୟ ସତ୍ୟାସତ୍ୟ ସୁନିଶ୍ଚିତ କରାଯିବ ।ବିବାଦୀୟ ଜମିର ନୂତନ ଯାଞ୍ଚ ପାଇଁ ବିଲରେ ବ୍ୟବସ୍ଥା ରହିଛି । ୱାକଫ ଅଧିନିୟମକୁ 1954ରେ ପାରିତ କରାଯାଇଥିଲା, କିନ୍ତୁ ପରେ 1995 ମସିହାରେ ଏଥିରେ ଏକ ନୂଆ ସଂସ୍କରଣ ଦ୍ୱାରା ପ୍ରତିସ୍ଥାପିତ କରାଯାଇଥିଲା । ୱାକଫ ଅଧିନିୟମ, 1995ର ଧାରା 40 ବୋର୍ଡକୁ ସେହି ସଂପତିର ସ୍ୱାମୀତ୍ୱକୁ ଅଧିଗ୍ରହଣ କରିବା, ନୋଟିସ ଜାରି କରିବା ତଥା ଯାଂଚ କରିବାର ଅଧିକାର ଦେଇଥାଏ, ଯାହାକୁ ୱାକଫ ତାର ବୋଲି ବିଶ୍ୱାସ କରିଥାଏ ।