-
– ସହରାଂଚଳ ମହିଳାଙ୍କ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ
ଭୁବନେଶ୍ୱର- ରାଜ୍ୟର ସହରାଂଚଳରେ ଥିବା ମହିଳା ସ୍ୱୟଂ ସହାୟିକା ଗୋÂୀ ଗୁଡିକୁ ଅଧିକ ଶକ୍ତିଶାଳୀ କରାଯିବ । ସେମାନେ ଯେଭଳି ରୋଜଗାରକ୍ଷମ ସହିତ ଆତ୍ମନିଭଶୀଳ ହେବେ ସେଥିପାଇଁ ପଦକ୍ଷେପ ଗ୍ରହଣ ଲାଗି ଗୃହ ଓ ନଗର ଉନ୍ନୟନ, ପଂଚାୟତିରାଜ, ପାନୀଜଳ ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନା ପରାମର୍ଶ ଦେଇଛନ୍ତି ।
ରାଜ୍ୟ ସହରାଂଚଳ ବିକାଶ ସଂସ୍ଥା (ସୁଡା)ର ୨୦ତମ ପରିଚାଳନା ମଣ୍ଡଳୀ ବୈଠକରେ ସଭାପତିତ୍ୱ କରି ଶ୍ରୀ ଜେନା ଏଭଳି ପରାମର୍ଶ ଦେବା ସହିତ ମହିଳା ସ୍ୱୟଂ ସହାୟିକା ଗୋÂୀଙ୍କ ଦ୍ୱାରା ଉପôାଦିତ ସାମଗ୍ରୀ ଯେଭଳି ବଜାରରେ ପ୍ରତିଦ୍ୱନ୍ଦିତା କରିପାରିବ ତାହା ଉପରେ ଦୃଷ୍ଟି ଦେବାକୁ କହିଛନ୍ତି । ବିଶେଷକରି ପୌରସଂସ୍ଥା ଗୁଡିକରେ ଗଠନ କରାଯାଇଥିବା ଏସଏଚଜିର ମହିଳାମାନେ ଯେଭଳି ବଜାର ଚାହିଦା ଅନୁଯାୟୀ ଅତ୍ୟାଧୁନିକ ପଦ୍ଧତିରେ ସାମଗ୍ରୀମାନ ଉପôାଦନକରି ତାହାକୁ ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ପହଂଚାଇପାରିବେ ସେଥିଲାଗି ସେମାନଙ୍କୁ ସମସ୍ତ ପ୍ରକାର ଜ୍ଞାନକୌଶଳ ଓ ସହାୟତା ଯୋଗାଇ ଦେବାକୁ ଉପସ୍ଥିତ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ବୈଠକରେ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଜି.ମାଥିଭାଥନନ, ପୌର ପ୍ରଶାସକ ସଂଗ୍ରାମଜିତ ନାୟକ, ସ୍ୱତନ୍ତ୍ର ସଚିବ ତଥା ସୁଡାର ପ୍ରକଳ୍ପ ନିଦେ୍ର୍ଧଶକ ଶୁଭେନ୍ଦୁ କାନୁନଗୋ, ସୁଡାର ଅତିରିକ୍ତ ନିଦେ୍ର୍ଧଶକ ଶାରଦା ପ୍ରସାଦ ପଣ୍ଡାଙ୍କ ସମେତ ପରିଚାଳନାମଣ୍ଡଳୀର ସଦସ୍ୟବୃନ୍ଦ ଏବଂ ବରିÂ ଅଧିକାରୀମାନେ ଉପସ୍ଥିତ ଥିଲେ ।
ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଡେ-ଏନୟୁଏଲଏମ, ଏସଏମଆଇଡି, ସ୍ୱୟଂ ସହାୟକ ଗୋÂିର ସଦସ୍ୟାଙ୍କ ଜରିଆରେ ସହରାଂଚଳରେ ବିଭିନ୍ନ ପ୍ରକାର ସେବା ଯୋଗାଣ, ଜଳ ସାଥି, ସ୍ୱଚ୍ଛ ସାଥି ଓ ସ୍ୱଚ୍ଛ ସୁପରଭାଇଜର ମୁତୟନ, ଦକ୍ଷତା ବିକାଶ ତାଲିମ, ବିଭିନ୍ନ ପ୍ରକାର ଆତ୍ମନିଯୁକ୍ତି ଯୋଜନା, ଦକ୍ଷତା ବିକାଶ, ଷ୍ଟ୍ରିଟ୍ ଭେଣ୍ଡରମାନଙ୍କୁ ସହାୟତା ଏବଂ ସୁରକ୍ଷିତ ଖାଦ୍ୟ ଜୋନ୍, ସହରର ସୌନ୍ଦର୍ଯ୍ୟକରଣ ଓ ସ୍ୱଚ୍ଛତା ବଜାୟ ରଖିବା, ବାସହୀନମାନଙ୍କ ସଂକ୍ରାନ୍ତରେ ସର୍ବେକ୍ଷଣ ଓ ସେମାନଙ୍କୁ ଆଶ୍ରୟ ପ୍ରଦାନ ଲାଗି ଆଶ୍ରୟସ୍ଥଳୀ ଗୁଡିକର ଉନ୍ନତିକରଣ, ଲୋକଙ୍କୁ ସଚେତନ କରିବାଲାଗି ବିଭିନ୍ନ ଯୋଜନାର କାର୍ଯ୍ୟକାରିତା, ଆହାରକେନ୍ଦ୍ର ଗୁଡିକର ଉନ୍ନତିବିଧାନ ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଏଥି ସହିତ ୨୦୧୯-୨୦ ବର୍ଷର ବଜେଟ କୁ ପରିଚାଳନାମଣ୍ଡଳୀ ଅନୁମୋଦନ କରିଥିଲା ।