
ଭୁବନେଶ୍ୱର, ପ୍ୟାରିସ ପ୍ୟାରିସ ଅଲିମ୍ପିକ୍ସରେ ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ହକି ଟିମକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ପ୍ୟାରିସ ଅଲିମ୍ପିକ୍ସରେ ହକି କ୍ଵାଟର ଫାଇନାଲ ମ୍ୟାଚରେ ଗ୍ରେଟ ବ୍ରିଟେନକୁ ପେନାଲ୍ଟି ସୁଟଆଉଟ ରେ ୪-୨ ଗୋଲ ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବିଜୟ ଯାତ୍ରା ଆଗକୁ ଅଗ୍ରସର ହେଉ ।