
ନୂଆଦିଲ୍ଲୀ, ମଧ୍ୟପ୍ରଦେଶର ସାଗର ଜିଲ୍ଲାର ଏକ ମନ୍ଦିରର କାନ୍ଥ ଭୁଶୁଡିବା ପାରଣରୁ 8ଜଣ ପିଲାଙ୍କ ମୃତ୍ୟୁ ସହିତ ଅନେକ ଆହତ ହୋଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ମଧ୍ୟପ୍ରଦେଶର ସାଗରରେ ଏକ ହୃଦୟ ବିଦାରକ ଦୁରଘଟଣାରେ ଅନେକ ନିରୀହ ପିଲାଙ୍କର ମୃତ୍ୟୁ ଖବର ଶୁଣି ଦୁଃଖିତ । ଈଶ୍ୱର ଶୋକ ସନ୍ତପ୍ତ ପିତାମାତା ଏବଂ ପରିବାରଜନଙ୍କୁ ଏହି ପୀଡା ସହିବା ପାଇଁ ଶକ୍ତି ପ୍ରଦାନ କରନ୍ତୁ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି । ଲୋକସଭା ଅଧ୍ୟକ୍ଷ ଓମ୍ ବିରଲା ଘଟଣାରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଦୁଃଖଦ ଦୁର୍ଘଟଣାରେ ଅନେକ ନିରୀହ ପିଲାଙ୍କର ମୃତ୍ୟୁ ଅତ୍ୟନ୍ତ ପୀଡାଦାୟକ ଅଟେ । ଅସୀମା ପୀଡାର ଏହି ସମୟରେ ମୋର ଗଭୀର ସମବେଦନା ଶୋକ ସନ୍ତପ୍ତ ପରିବାର ସହିତ ରହିଛି ।