
ବଲାଙ୍ଗିର, ୪ ଅଗଷ୍ଟ ଦିନ ସ୍ଥାନୀୟ ଏକାଡେମିକ ହାଇଟ୍ସ ବିଦ୍ୟାଳୟଠାରେ ରୋଟାରି ଏଲିଟ ତରଫରୁ ଗ୍ରୀନ ଡ୍ରିମ : ମାଙ୍କ ନାଁରେ ଗୋଟିଏ ଗଛ ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି | ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଫରେଷ୍ଟ ରେଞ୍ଜ ଅଫିସର ନବୀନ କୁମାର ପଣ୍ଡା, ଏ.ସି.ଏଫ. ମାନସ ରଞ୍ଜନ ବେହେରା ଓ ଆଶୁତୋଷ ବେହେରାମାଳୀ ଯୋଗଦେଇ ରୋଟାରି ଏଲିଟର ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହିଦିନ ପ୍ରାୟ ୧୫୦ ଟି ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଏଲିଟ ସଭାପତି ଅର୍ଚନା ଶତପଥି, ସମ୍ପାଦିକା ବବିତା ପାଢ଼ୀ ଓ ଏଲିଟର ସମସ୍ତ ସଭ୍ୟ ସଭ୍ୟା ଗ୍ରୀନ ଡ୍ରିମ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ | ଆସନ୍ତା ଅଗଷ୍ଟ ୧୫ ଦିନ ବିଭିନ୍ନ କିସମର ଚାରା ରୋଟାରି ଏଲିଟ ତରଫରୁ ବଣ୍ଟନ କରାହେବ ବୋଲି ସଭାପତି ଶ୍ରୀମତୀ ଶତପଥି କହିଥିଲେ |