
ଭୁବନେଶ୍ୱର– ସେମିରେ ପ୍ରବେଶ କରିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପ୍ୟାରିସ ଅଲିମ୍ପିକ୍ସରେ ହକି କ୍ଵାଟର ଫାଇନାଲ ମ୍ୟାଚରେ ଗ୍ରେଟ ବ୍ରିଟେନକୁ ପେନାଲ୍ଟି ସୁଟଆଉଟ ରେ ୪-୨ ଗୋଲ ରେ ପରାସ୍ତ କରି ସେମି ଫାଇନାଲରେ ପ୍ରବେଶ କରିଥିବାରୁ ଭାରତୀୟ ପୁରୁଷ ହକି ଦଳକୁ ଶୁଭେଚ୍ଛା ଓ ଶୁଭକାମନା। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ବିଜୟ ଯାତ୍ରା ଆଗକୁ ଅଗ୍ରସର ହେଉ । ଜୟ ହିନ୍ଦ୍ ।